ଫେବ୍ରୁଆରୀରେ ହେବନି ବୋର୍ଡ ପରୀକ୍ଷା
ଫେବ୍ରୁଆରୀରେ ହେବନି ବୋର୍ଡ ପରୀକ୍ଷା
admin
Dec 23, 2020 - 05:35
Updated: Dec 23, 2020 - 05:35
ଭୁବନେଶ୍ୱର; ଫେବୃୟାରୀରେ ହେବନି ବୋର୍ଡ ପରୀକ୍ଷା । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କେବେ ପରୀକ୍ଷା କରାଯିବ, ସେ ନେଇ ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ‘ନିଶଙ୍କ’ ଟୁଇଟ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଦେଶର ୨୫ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରରଙ୍କୁ ଆଶ୍ୱସ୍ତି ମିଳିଛି । ମାର୍ଚ୍ଚ କିମ୍ବା ଏପି୍ରଲରେ ପରୀକ୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ମନ୍ତ୍ରୀ ଶ୍ରୀ ପୋଖରୀଆଲ ଦେଶର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଦବୋଧନ ଦେବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ବୋର୍ଡ ପରୀକ୍ଷା ତାରିଖ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ସିବିଏସଇ ସିଆଇଏସସିଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏବେ ସ୍ଥଗିତ ରଖିବା ଲାଗି ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅନୁରୋଧ କରିଛନ୍ତି । ସେମାନଙ୍କ ଠାରୁ ପ୍ରସ୍ତାବ ପାଇବା ପରେ ବୋର୍ଡ ପରୀକ୍ଷା ତାରିଖ ସ୍ଥିର କରିବା ପାଇଁ ହିତାଧିକାରୀଙ୍କ ସହ ପରାମର୍ଶ ଚାଲିଛି ।