ବାଘଛାଲ ବେପାରୀ ଗିରଫ
ନାକଟିଦେଉଳ : ନାକଟିଦେଉଳ-ରେଢାଖୋଲ ରାଞ୍ଚି ବିଜୟୱାଡା ରାସ୍ତା ଚମ୍ପାଳି ପୋଲ ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏସଟିଏଫ୍ ଦ୍ଵାରା ବାଘ ଛାଲ ଜବତ ହୋଇଛି। ଏହା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ।
ସୂଚନାନୁଯାୟୀ, କେଲୋବେର୍ଣି ଗାଁର ବାବୁଲା ନାଏକ ନାମକ ଜଣେ ବ୍ୟକ୍ତି ବାଘ ଚମଡା ଚାଲାଣ କରୁଥିବା ସୂଚନା ପାଇ ଏସଟିଏଫ୍ ଟିମ୍ ଛକି ରହିଥିଲା। ଚମ୍ପାଳି ପୋଲ ନିକଟରୁ ତାକୁ ଗିରଫ କରିବା ସହ ବାଘ ଚମଡା ଜବତ କରିଛି ଏସଟିଏଫ୍। ବାବୁଲା ନାକଟିଦେଉଳରେ ରହୁଥିଲା। ତେବେ ଏ ସଂକ୍ରାନ୍ତରେ ଏସଟିଏଫ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।




admin 