ବଜେଟ୍ ୨୦୧୯ : କଣ ବଢିବ, କଣ କମିବ

ବଜେଟ୍ ୨୦୧୯ : କଣ ବଢିବ, କଣ କମିବ

ବଜେଟ୍  ୨୦୧୯ : କଣ ବଢିବ, କଣ କମିବ
ଭୁବନେଶ୍ୱର: ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଓ ସୁନା ଦର ବଢିବାକୁ ଯାଉଛି । କାରଣ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧ଟଙ୍କା ଟିକସ ପାଇଁ ପ୍ରସ୍ତାବ ଦେଇଛନ୍ତି । ସୁନା ଓ ଦାମୀ ଧାତୁ ଉପରେ କଷ୍ଟମ ଡୁ୍ୟଟି ୧୦ରୁ ୧୨.୫% ବୃଦ୍ଧି ପ୍ରସ୍ତାବ ଦେଇଛନ୍ତି । ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ମଧ୍ୟ ଟିକସ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ସିସିଟିଭି, ମାର୍ବଲ, ଟାଇଲ ଓ କାଗଜ ଦର କମିବ । ସୋଲାର ପ୍ରାନେଲ ଓ ଚମଡ଼ାଜାତ ଦ୍ରବ୍ୟର ଦର ବି କମିବ ।