ବରମୁଣ୍ଡାଠାରେ ଟର୍ମିନାଲ୍ ନିର୍ମାଣ କାର୍ୟ୍ୟର ତଦାରଖ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବରମୁଣ୍ଡାଠାରେ ଟର୍ମିନାଲ୍ ନିର୍ମାଣ କାର୍ୟ୍ୟର ତଦାରଖ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
admin
Dec 10, 2020 - 13:16
Updated: Dec 10, 2020 - 13:16
ଭୁବନେଶ୍ବର : ଆଜି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ର ନବୀକରଣ କାର୍ୟ୍ୟକୁ ଅନୁଧ୍ୟାନ କରିଛନ୍ତି ନବୀନ ପଟ୍ଟନାୟକ । ବରମୁଣ୍ଡାଠାରେ ବସ୍ ଟର୍ମିନାଲ୍ ନିର୍ମାଣ ହେଉଛି । ବରମୁଣ୍ଡାଠାରେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ୟ୍ୟର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୨୪ ଲେନ ବିଶିଷ୍ଟ ରହିବ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲ । ୨୦୧୯ରୁ ଏହି ବସ ଟର୍ମିନାଲ ସମ୍ପର୍କରେ ଘୋଷଣା ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତ ୧୮ ମାସ ମଧ୍ୟରେ ଏହି ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ଏହି ନବୀକରଣ କାର୍ୟ୍ୟରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ରହିଛି । ଏହି ମସ ଟର୍ମିନାଲଟି ପ୍ରାୟ ୧୬ ଏକର ସ୍ଥାନରେ ପରିବ୍ୟାପ୍ତ ରହିବ । ୩୫ଟି ବସ ବେ ନିର୍ମାଣ କରାଯିବା ସହିତ ପ୍ରାୟ ୧୯୦ଟି ବସ ଏକା ସାଙ୍ଗରେ ପାର୍କ କରାଯାଇ ପାରିବ । ଏହା ସହିତ ବସ ଟର୍ମିନାଲରେ ଏକ ସର୍ବସାଧାରଣ ପାର୍କିସ୍ଥଳ ନିର୍ମାଣ କରାଯିବ । ଏହି ପାର୍କିଂସ୍ଥଳରେ ୨୫୦ ୪ଚକିଆ ଯାନ ଏବଂ ୨୫୦ ଦୁଇ ଚକିଆ ଯାନ ପାର୍କ କରି ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ, ଭୁବନେଶ୍ବର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ପୋଲିସ କମିଶନର ସମେତ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।