ବାରବାଟୀ ଷ୍ଟାଡିୟମକୁ ପଲିଥିନ୍ ନେବା ମନା

ବାରବାଟୀ ଷ୍ଟାଡିୟମକୁ ପଲିଥିନ୍ ନେବା ମନା

ବାରବାଟୀ  ଷ୍ଟାଡିୟମକୁ ପଲିଥିନ୍ ନେବା ମନା
କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ‌ରେ ବାରବାଟୀ ଷ୍ଟାଡିୟମକୁ ପଲିଥିନ୍ ନେବା ବ‌ାରଣ କରାଯାଉଛି। ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ହେବାକୁ ଥିବା ବାରବାଟୀ ଦିନିକିଆରେ ପଡିଆ ଭିତରକୁ ପଲିଥିନ୍ ନେଇପାରିବେନି ଦର୍ଶକ। ଆଜି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ବାରବାଟୀର ୭ନଂ ଗ୍ୟାଲେରି ବନ୍ଦ ରଖିବ ଓଡିଶା କ୍ରିକେଟ୍ ଆସୋସିଏସନ୍। ୭ନଂ ଗ୍ୟାଲେରି ବନ୍ଦ ହେଉଥିବାରୁ ୫ ହଜାର ଟିକେଟ୍ ବିକ୍ରି କମିବ ବୋଲି ସୂଚନା ମିଳିଛି। ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍। ବାରବାଟୀ ଦିନିକିଆରେ ମୁଖ୍ୟଅତିଥି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମ୍ୟାଚକୁ ଦୃଷ୍ଟିରେ ରଖି ଡିସେମ୍ବର ୧୫ ତାରିଖ ସୁଦ୍ଧା ଷ୍ଟାଡିୟମ୍ ନିକଟ କାମ ସାରିବାକୁ ଜାଇକାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟାଡିୟମ୍ ନିକଟ ପରିମଳ ବ୍ୟବସ୍ଥା ଉପରେ ନଜର ଦେବ କଟକ ମହାନଗର ନିଗମ। ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ତିନିଥର ଦିନିକିଆ ମୁକାବିଲା ହୋଇଛି। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା ୧୯୯୪ ନଭେମ୍ବର ୯ ତାରିଖରେ। ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ବାରବାଟୀରେ ଖେଳାଯାଉଥିବା ବେଳେ ଏଠାରେ ମ୍ୟାଚ ଜିତି ଭାରତ ଆଗୁଆ ଶୃଙ୍ଖଳା ବିଜୟୀ ହୋଇଥିଲା। ଏଠାରେ ଖେଳିବା ପୂର୍ବରୁ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଥିଲା।