ବିଜେଡିରେ ଖୋଜା ଚାଲିଛି ପରାଜୟ କାରଣ

ବିଜେଡିରେ ଖୋଜା ଚାଲିଛି ପରାଜୟ କାରଣ

ବିଜେଡିରେ ଖୋଜା ଚାଲିଛି ପରାଜୟ କାରଣ
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୧୧୨ଟି ଆସନ ଜିତି ସରକାର ଗଢ଼ିବାକୁ ଯାଉଛି । ହେଲେ ଆଉ କେତୋଟି ଆସନ ଜିତବାର ସମ୍ଭାବନା ରଖିଥିଲେ ହେଁ ବିଫଳ ହୋଇଛି । ତେଣୁ ବିଜେଡିର ପରାଜୟ କାରଣ ଖୋଜା ଚାଲୁଛି । ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି ବିଜେଡି ନେତା । ବିଭିନ୍ନ ଆସନରେ ବିଜେଡି ପ୍ରାର୍ଥୀଙ୍କ ପରାଜୟର କାରଣ ଖୋଜା ଚାଲିଛି । ବରଗଡ ଲୋକସଭା ଆସନରେ ପରାଜୟକୁ ନେଇ କିଶୋର ମହାନ୍ତି କହିଛନ୍ତି କି ବରଗଡର ୭ଟି ନିର୍ବାଚନ ମଣ୍ଡଳୀ ଆମେ ବିଜୟୀ ହୋଇଛୁ । କିନ୍ତୁ ବରଗଡ ଲୋକସଭା ପରାଜୟ ନେଇ ପୋଷ୍ଟମର୍ଟମ ହେବା ଦରକାର । କଟାବାଂଜିରେ ମଧ୍ୟ ବିଜେଡିର ପରାଜୟଙ୍କୁ ନେଇ ଆରୁବ ଖାନ ଟାର୍ଗେଟ କରିଛନ୍ତି କଳିକେଶ ସିଂହଦେଓଙ୍କୁ । ଆରୁବ କହିଛନ୍ତି ଅଧିକ ଆଶାୟୀ ପ୍ରାର୍ଥୀ ସୃଷ୍ଟି କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।