ବିଜେଡି, ବିଜେପି ଡ୍ରାମା କରୁଛନ୍ତି : ତାରା

ବିଜେଡି, ବିଜେପି ଡ୍ରାମା କରୁଛନ୍ତି : ତାରା

ବିଜେଡି, ବିଜେପି ଡ୍ରାମା କରୁଛନ୍ତି : ତାରା
ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ଗୃହରେ ପୁଣି ଶାସକ ଓ ବିରୋଧୀ ମୁହାଁମୁିହଁ ହୋଇଛନ୍ତି । ମଣ୍ଡି ଅବ୍ୟବସ୍ଥା ନେଇ ବିରୋଧୀ ନାରାବାଜୀ କରିଛନ୍ତି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଦିନ ୧୧.୩୦ ଯାଏଁ ମୁଲତବି କରିଥିଲେ । ବିଧାନସଭା ମୁଲତବି ପ୍ରସଙ୍ଗରେ ତାରା ବାହିନୀପତି ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀ ବାହିନୀପତି କହିଛନ୍ତି ଯେ, ଉଭୟ ବିଜେଡି, ବିଜେପି ବିଧାନସଭା ନଚାଲୁ ବୋଲି ମିଳିତ ପ୍ରୟାସ କରୁଛନ୍ତି । ଚାଷୀଙ୍କ ଧାନ ନଉଠୁ ଉଭୟେ ଚାହୁଁଛନ୍ତି , କେବଳ ଡ୍ରାମା କରୁଛନ୍ତି । ଚାଷୀ ଆତ୍ମହତ୍ୟା ଓ ବିଧାୟକ ଆତ୍ମହତ୍ୟା ଉଦ୍ୟମ କଲେଣି , ନବୀନ ହସୁଛନ୍ତି ବୋଲି ତାରା କହିଛନ୍ତି । ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ନଉଠିଛି କଂଗ୍ରେସ ଆନେ୍ଦାଳନ କରିବ । ସର୍ବଦଳୀୟ ବୈଠକ ଡାକିବାକୁ ବାସ୍ପପତିଙ୍କୁ ତାରା ବାହିନୀପତି ଅନୁରୋଧ କରିଛନ୍ତି । ପ୍ରକାଶ ଯେ, ବିଧାନସଭାରେ ହୋହାଲ୍ଲା ଥୟ ହେବାର ନାମ ନେଉନାହିଁ । ସୋମବାର ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । ମଣ୍ଡି ଅବ୍ୟବସ୍ଥା ନେଇ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ସେହିପରି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳର ସଦସ୍ୟ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।