ବିଜେପିକୁ ଉପନିର୍ବାଚନ ଝଟକା, କଂଗ୍ରେସ ଉତ୍ସାହିତ

ବିଜେପିକୁ ଉପନିର୍ବାଚନ ଝଟକା, କଂଗ୍ରେସ ଉତ୍ସାହିତ

ବିଜେପିକୁ ଉପନିର୍ବାଚନ ଝଟକା, କଂଗ୍ରେସ ଉତ୍ସାହିତ

ନୂଆଦିଲ୍ଲୀ: ବିଜେପିକୁ ଲାଗିଛି ଉପନିର୍ବାଚନ ଝଟକା । ଦଳ ଆସାମ ଓ ମଧ୍ୟପ୍ରଦେଶରେ ଏକତରଫା ଜିତିଥିଲେ ମଧ୍ୟ ହିମାଚଳପ୍ରଦେଶ ଓ ପଶ୍ଚିମବଙ୍ଗରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ହିମାଚଳରେ କଂଗ୍ରେସ ତିନୋଟି ଯାକ ବିଧାନସଭା ଆସନରେ ବିଜୟୀ ହେବା ସହ ମଣ୍ଡି ଲୋକସଭା ଆସନକୁ ବି ବିଜେପିଠାରୁ ଛଡ଼ାଇ ନେଇଛି । ମଣ୍ଡି ଲୋକସଭା ଆସନରୁ କଂଗ୍ରେସରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭର ସିଂହ ଲଢ଼ି ଜିତିଛନ୍ତି । ହିମାଚଳରେ ଶକ୍ତ ପରାଜୟ ପରେ ଖୋଦ୍ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସବୁ ଦୋଷ ଦରବୃଦ୍ଧି ଉପରେ ଲଦି ଦେଇଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ରାଜ୍ୟରେ ବିଜେପିର ଏହି ପରାଜୟ ଦଳର ଚିନ୍ତା ବଢ଼ାଇଛି । ଅପରପକ୍ଷରେ କଂଗ୍ରେସ ଏହି ବିଜୟରେ ବେଶ୍ ଉତ୍ସାହିତ ହୋଇପଡ଼ିଛି । ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦଳର ନେତାମାନେ ଦୃଢେ଼ାକ୍ତି ବାଢ଼ିଛନ୍ତି ।

  ପଶ୍ଚିମବଙ୍ଗରେ ହେଉଥିବା ଉପନିର୍ବାଚନରେ ମମତା ବାନାଜୀଙ୍କୁ କମାଲ ଦେଖିବାକୁ ମିଳିଛି । ଦଳ ନିଜର ଦୁଇଟି ଆସନ ସୁରକ୍ଷିତ ରଖିବା ସହ ବିଜେପି ହାତରୁ ୨ଟି ସିଟ୍ ଛଡ଼ାଇ ନେଇଛି । କେବଳ ଜିତିନି, ବୃହତ ବ୍ୟବଧାନରେ ଦଳ ବିଜୟୀ ହୋଇଛି । ବଡ଼ କଥା ହେଲା, ୩ଟି ଆସନରେ ବିଜେପି ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି । 

  ରାଜସ୍ଥାନରେ କଂଗ୍ରେସ ଦୁଇଟି ଯାକ ବିଧାନସଭା ଆସନ ଜିତିଥିବାବେଳେ କର୍ଣ୍ଣାଟକରେ ଗୋଟିଏ ବିଜେପି ଓ ଗୋଟିଏ ଆସନ କଂଗ୍ରେସ ଜିତିଛି । ଆସାମରେ ବିଜେପି ଓ ତା’ର ସହଯୋଗୀ ଦଳ ସମସ୍ତ ୫ଟି ବିଧାନସଭା ପୋଛି ନେଇଛି । ମଧ୍ୟପ୍ରଦେଶରେ ବିଜେପି ଗୋଟିଏ ଲୋକସଭା ଆସନ ସହ ୩ଟି ବିଧାନସଭା ଆସନ ଜିତିଛି । ମଧ୍ୟପ୍ରଦେଶରେ କଂଗ୍ରେସ ମଧ୍ୟ ଗୋଟିଏ ବିଧାନସଭା ଆସନ ଜିତି ନେଇଛି । ବିହାରରେ ଦୁଇଟି ବିଧାନସଭା ସିଟରେ ବିଜୟ ବଜାୟ ରଖିବାକୁ ସକ୍ଷମ ହୋଇଛି ଜେଡିୟୁ । ଦୀର୍ଘଦିନ ପରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ଲାଲୁ ପ୍ରସାଦଙ୍କ ଲୋକପ୍ରିୟତା ଆରଜେଡିକୁ ସଫଳତା ଦେଇପାରିନି । ତେଲେଙ୍ଗାନାରେ ଟିଆରଏସକୁ ମାତ୍ ଦେଇ ଗୋଟିଏ ଆସନ ଜିତି ନେଇଛି ବିଜେପି । 

  ଉପନିର୍ବାଚନ ଫଳାଫଳରେ କଂଗ୍ରେସ ଓ ଟିଏମସି ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, କଂଗ୍ରେସର ବିଜୟ ହେଉଛି ଦଳୀୟ କର୍ମୀଙ୍କ ପରିଶ୍ରମର ବିଜୟ । ବିଜେପି ବିରୋଧରେ ନ ଡରି କଂଗ୍ରେସ କର୍ମୀମାନେ କଠିନ ପରିଶ୍ରମ କରି ଦଳକୁ ବିଜୟୀ କରିଛନ୍ତି । ଏମିତି ନିର୍ଭିକ ହୋଇ କାମ କରିବାକୁ ସେ ଦଳୀୟ କର୍ମୀଙ୍କୁ କହିଛନ୍ତି ।