ଦୀପାବଳି ପରେ ଷଷ୍ଠ, ସପ୍ତମ ଶ୍ରେଣୀ ଖୋଲିବ
ଦୀପାବଳି ପରେ ଷଷ୍ଠ, ସପ୍ତମ ଶ୍ରେଣୀ ଖୋଲିବ
ଭୁବନେଶ୍ୱର: ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଅଫଲାଇନରେ ଅର୍ଥାତ ଶ୍ରେଣୀ ଗୃହରେ ହେବ ପାଠପଢ଼ା । ପର୍ଯ୍ୟାୟ କ୍ରମେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ । ଏହା ପରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଉପରେ ବିଚାର କରାଯାଉଛି । ସ୍ଥିତି ଦେଖି ଏ ନେଇ ନିଷ୍ପତ୍ତି ହେବ । ପର୍ଯ୍ୟାୟ କ୍ରମେ ଏଭଳି ଗୋଟିଏ ପରେ ଗୋଟିଏ ଶ୍ରେଣୀ ପାଇଁ ଅଫଲାଇନ ପାଠପଢ଼ା ଆରମ୍ଭ ହେବ । ଏଭଳି ଭାବେ ସ୍ଥିତି ଠିକ୍ ରହିଲେ ନୂଆବର୍ଷବେଳକୁ ସବୁ ଶ୍ରେଣୀ ସ୍କୁଲ ଯାଇ ପାଠପଢ଼ି ପାରିବେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗଣମାଧ୍ୟମକୁ ସୂଚନା ଦେବାବେଳେ ଏଭଳି କିଛି ସଙ୍କେତ ଦେଇଛନ୍ତି । ବର୍ତ୍ତମାନ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ କ୍ଲାସ ଅଫଲାଇନରେ ଚାଲିଛି ।




admin 