ବିଧାନସଭା ସାମ୍ନାରେ ହାଇଡ୍ରାମା, ଜାଣନ୍ତୁ କ’ଣ

ବିଧାନସଭା ସାମ୍ନାରେ ହାଇଡ୍ରାମା, ଜାଣନ୍ତୁ କ’ଣ

ବିଧାନସଭା ସାମ୍ନାରେ ହାଇଡ୍ରାମା, ଜାଣନ୍ତୁ କ’ଣ
ଭୁବନେଶ୍ୱର: ବିଧାନସଭା ଅଧିବେଶନ ଚାଲିଥିବାବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସତ୍ତ୍ୱେ ଗୁରୁବାର ବିଧାନସଭା ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ ହାଇଡ୍ରାମା କରିଛନ୍ତି । ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ସମ୍ପୃକ୍ତ ଯୁବକ ଧମକ ଦେଇଛନ୍ତି । ବେକରେ ଛୁରି ଲଗାଇ ଯୁବକ ଜଣକ କିଛି ମନ୍ତ୍ରୀଙ୍କ ନାଁ ମଧ୍ୟ ନେଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଓ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ନେଇଛନ୍ତି । ମନ୍ତ୍ରୀମାନଙ୍କ ନାଁ ନେଇ ଯୁବକ ଜଣକ ମହିଳାଙ୍କ ବେକରେ ଛୁରି ଲଗାଇଥିବା ଜଣାଯାଇଛି । ତେବେ ସେଠାରେ ଉପସ୍ଥିତ ପୁଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ ଯୁବକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାଯାଇଛି । ତେବେ ଯୁବକ ଜଣକ କାହିଁକି ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଉଥିଲା, ସେ ନେଇ କିଛି ଜଣାପଡ଼ିନାହିଁ । ତେବେ ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି । ହାଇ ସିକୁ୍ୟରିଟି ଜୋନକୁ ଛୁରି ନେଇ କିଭଳି ସମ୍ପୃକ୍ତ ଯୁବକ ସେଠାକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଧାନସଭା ଚାଲିଥିବାବେଳେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି । ଏହାକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହା ସତ୍ତ୍ୱେ ପୁଲିସ ତଥା ଗୁଇନ୍ଦା ବିଭାଗ କିଭଳି ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଶେଷ ଖବର ସୁଦ୍ଧା ସମ୍ପୃକ୍ତ ଯୁବକ ଓ ମହିଳା ସମ୍ପର୍କରେ ମା’ ଓ ପୁଅ ହୋଇଥିବା ଜଣାଯାଇଛି । ସେମାନଙ୍କ ଘର ନୟାଗଡ଼ ବୋଲି ଜଣାଯାଇଛି । ପୁଲିସ ସୂଚନା ମୁତାବକ ସମ୍ପୃକ୍ତ ଯୁବକ ଜଣକ ମାନସିକ ବିକୃତ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହୁଥିଲେ । ଆଜି ତାଙ୍କ ମା ପୁଅର ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ । ତେବେ କୌଣସି କାରଣକୁ ନେଇ ଯୁବକ ଜଣକ ନିଜ ମାଙ୍କ ବେକରେ ଛୁରି ଲଗାଇଦେଇଥିଲା ।