ବିଧାୟକ ଓ ଡିସିପିଙ୍କ ନାମରେ ମାମଲା ରୁଜୁ କରିବାକୁ ସାଲୁଜାଙ୍କ ଦାବି

ବିଧାୟକ ଓ ଡିସିପିଙ୍କ ନାମରେ ମାମଲା ରୁଜୁ କରିବାକୁ ସାଲୁଜାଙ୍କ ଦାବି

ବିଧାୟକ ଓ ଡିସିପିଙ୍କ ନାମରେ ମାମଲା ରୁଜୁ କରିବାକୁ ସାଲୁଜାଙ୍କ ଦାବି
ଭୁବନେଶ୍ୱର - ଆକ୍ରମଣର ଶିକାର ହୋଇଥିବା ଶିଖ ଯୁବକ ପରବିନ୍ଦର ସିଂହଙ୍କ ଘରକୁ ରାତି ଅଧରେ ଯାଇଥିବା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୁଲିସ ଡିଏସପି ଅନୁପ କାନୁନଗୋଙ୍କ ନାମରେ ମାମଲା ରୁଜୁ କରାଯିବାକୁ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି । ରାତି ଅଧରେ ଉଭୟ ବିଧାୟକ ଓ ଡିଏସପି ପରବିନ୍ଦରଙ୍କ ଘରକୁ ଯାଇ ତାଙ୍କ ସହ ତାଙ୍କ ପରିବାରକୁ ଭୟଭୀତ କରିଛନ୍ତି । ଭୟଭୀତ ହୋଇ ପରବିନ୍ଦର ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି । ରାତି ଅଧରେ ଭୟଭୀତ କରିଥିବାରୁ ଉଭୟ ବିଧାୟକ ଓ ଡିଏସପିଙ୍କ ବିରୋଧରେ ଅଭିଯୁକ୍ତଙ୍କ ଭଳି ସମାନ ଦଫାରେ ମାମଲା ରୁଜୁ କରାଯିବାକୁ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି । ପ୍ରକାଶ ଯେ, ଗତକାଲି ରାତି ଅଧରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୁଲିସ ଡିଏସପି ଅନୁପ କାନୁନଗୋ ପରବିନ୍ଦରଙ୍କୁ ଘରକୁ ଯାଇଥିବା ସିସିଟିଭିରୁ ଜଣାପଡ଼ିଥିଲା । ତେବେ ଏନେଇ ବିଧାୟକ ଶ୍ରୀ ଜେନା ନିଜର ପ୍ରତିକ୍ରୟା ରଖି କହିଛନ୍ତି ଯେ, ସ୍ଥାନୀୟ ବିଧାୟକଭାବେ ମୁଁ ଗୁରୁଦ୍ୱାର ସଭାପତି ସତପାଲ ସିଂହଙ୍କ ସହ ପରବିନ୍ଦରଙ୍କୁ ଭେଟିବାକୁ ଯାଇଥିଲି । ତାଙ୍କୁ ସାନ୍ତ୍ୱନା ଦେବାକୁ ଓ ସମବେଦନା ଜଣାଇବାକୁ ଯାଇଥିଲି । ଆଜି ସକାଳେ ପରବିନ୍ଦରଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲି । ସମବେଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କଲି । ଅଭିଯୁକ୍ତଙ୍କୁ ଜାମିନ ପ୍ରସଙ୍ଗରେ ଆଇନ ତା’ ବାଟରେ ଯିବ ବୋଲି ଶ୍ରୀ ଜେନା କହିଛନ୍ତି ।