ବିବାହ ପାଇଁ ଆଂଟିଜେନ ଟେଷ୍ଟ ବାଧ୍ୟତାମୂଳକ
ବିବାହ ପାଇଁ ଆଂଟିଜେନ ଟେଷ୍ଟ ବାଧ୍ୟତାମୂଳକ
admin
May 16, 2021 - 07:20
Updated: May 16, 2021 - 07:20
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ସବୁ ବିବାହ ଉତ୍ସବ ଉପରେ ନୂଆ କଟକଣା ଲାଗିଲା । ବିବାହ ଉତ୍ସବକୁ ଯିବା ପୂର୍ବରୁ ଆଂଟିଜେନ ଟେଷ୍ଟ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କୁହାଯାଇଛି । ଆଂଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ବିବାହ ଉତ୍ସବ ବନ୍ଦ । କୋଭିଡ ସଂକ୍ରମଣ ହ୍ରାସ ପାଇଁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ବର କନ୍ୟା ସମେତ ୫୦ ଅଥିତିଙ୍କୁ ଟେଷ୍ଟ କରିବାକୁ ଅନୁରୋଧ କରାଯାଇଛି । ବିବାହ ପୂର୍ବରୁ ଅନୁମତି ନେଲା ବେଳେ ବର ଓ କନ୍ୟା ଟେଷ୍ଟ କରିବା ଉଚିତ । ଏହା ଉଭୟ ପକ୍ଷ ତଥା ଯୋଗ ଦେବାକୁ ଥିବା ଅତିଥିଙ୍କ ପାଇଁ ଭଲ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ବିଡିଓ ଓ ତହସିଲାଦରମାନଙ୍କୁ ନିଦେ୍ର୍ଧଶ ଦେଲେ ଜିଲ୍ଲାପାଳ । ନିୟମ ପାଳନର କଡାକଡି ଯାଂଚ ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଦେ୍ର୍ଧଶ ଦେଇଛନ୍ତି । ନିୟମ ଅବମାନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ହେବ କୁହାଯାଇଛି । ।