ବିଶିଷ୍ଟ ଓଡିଆ ସଂଗୀତଜ୍ଞ ଶାନ୍ତିରାଜ ଖୋସଲ।ଙ୍କ ଦେହାନ୍ତ

ବିଶିଷ୍ଟ ଓଡିଆ ସଂଗୀତଜ୍ଞ ଶାନ୍ତିରାଜ ଖୋସଲ।ଙ୍କ ଦେହାନ୍ତ

ବିଶିଷ୍ଟ ଓଡିଆ ସଂଗୀତଜ୍ଞ ଶାନ୍ତିରାଜ ଖୋସଲ।ଙ୍କ ଦେହାନ୍ତ
ଭୁବନେଶ୍ୱର : କରୋନା ପାଇଁ ଆମେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇ ସାରିଲୁଣି । ଓଡ଼ିଆ ସଂଗୀତ ଜଗତର ଆଉ ଜଣେ ତାରକାଙ୍କର କରୋନାରେ ମୃତୁ୍ୟବରଣ କରିବା ଘଟଣା ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଛି । ବିଶିଷ୍ଟ ଓଡିଆ ସଂଗୀତଜ୍ଞ ଶାନ୍ତିରାଜ ଖୋସଲ।ଙ୍କର କରୋନାରେ ମୃତୁ୍ୟ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସେ କରୋନା ପଜିଟିଭ ହୋଇଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଏସସିବି ମେଡ଼ିକାଲ କଲେଜରେ ଭର୍ତି କରାଯାଇଥିଲା । ତେବେ ସେ ହସପିଟାଲକୁ ଯିବା ପୂର୍ବରୁ ତାଙ୍କର ମୃତୁ୍ୟ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅନେକ ଓଲିଉଡ଼ ସିନେମା ଓ ମୁ୍ୟଜିକ ଆଲବମରେ ସେ ମୁ୍ୟଜିକ କମ୍ପୋଜର ଭାବେ କାର୍ଯ୍ୟ କରିଥିଲେ । ଡନ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମତେ ଆଣିଦେଲେ ଲକ୍ଷେ ଫଗୁଣ, ରଙ୍ଗ ନମ୍ବର, ମୁ ସ୍ୱପ୍ନର ସୌଦ୍ୱାଗର ଭଳି ବହୁ ସୁପରହିଟ ସିନେମାର ସେ ସଂଗୀତ ନିଦେ୍ର୍ଧଶନା ଦେଇଥିଲେ । ସୂଚନାଯୋଗ୍ୟଯେ, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ବି କରୋନା ହୋଇଥିଲା । କିନ୍ତୁ ସେମାନେ ସୁସ୍ଥ ହୋଇଯାଇଥିଲା । କୋରାପୁଟରେ ସେ ଜନ୍ମଗ୍ରହଣ କରିଥିଲେବି କଟକକୁ ହିଁ ନିଜର କର୍ମଭୂମି କରିଥିଲେ । ଗତ ମେ’୨୨ରେ ସଂଗୀତଜ୍ଞ ବିଦିଷା ରଥଙ୍କର କରୋନାରେ ମୃତୁ୍ୟ ହୋଇଥିଲା ।