ବିଶ୍ୱରେ କରୋନା ମୃତୁ୍ୟ ୨୪ ଲକ୍ଷ ୪୦ ହଜାର

ବିଶ୍ୱରେ କରୋନା ମୃତୁ୍ୟ ୨୪ ଲକ୍ଷ ୪୦ ହଜାର

ବିଶ୍ୱରେ କରୋନା ମୃତୁ୍ୟ ୨୪ ଲକ୍ଷ ୪୦ ହଜାର
ନୂଆଦିଲ୍ଲୀ: ବିଶ୍ୱରରେ କରୋନା ମୃତୁ୍ୟସଂଖ୍ୟା ୨୪ ଲକ୍ଷ ୪୦ ହଜାର ୯୨୮କୁ ବୃଦ୍ଧି ପାଇଛି । ପୂରା ବିଶ୍ୱରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୪ ଲକ୍ଷ ୩୦ ହଜାର ୭୨କୁ ବୃଦ୍ଧି ପାଇଛି । କରୋନାରୁ ୮ କୋଟି ୫୩ ଲକ୍ଷ ୨୩ ହଜାର ୪୮୨ ଜଣ ସୁସ୍ଥ ହେଲେଣି । ତଥାପି ବି ବିଶ୍ୱରୁ କରୋନା ଦାଉ ଯାଇନାହିଁ । କରୋନା ପାଇଁ ଟିକା ଆସିଥିଲେ ମଧ୍ୟ କିଛି ଦେଶରେ କରୋନା ଟିକା କାମ କରୁନଥିବା ସୂଚନା ରହିଛି । କରୋନାରୁ କିପରି ରକ୍ଷା ମିଳିବ ସେଥି ପ୍ରତି ବିଶ୍ୱର ବୈଜ୍ଞାନିକମାନେ ଦିନ ରାତି ଗବେଷଣାରେ ରହୁଛନ୍ତି । ଆଗ ଅପେକ୍ଷା ଏବେ ବିଶ୍ୱରେ କରୋନାରୁ ବହୁମାତ୍ରା ହ୍ରାସ ପାଇଛି । ବିଶ୍ୱରୁ କରୋନା ଦାଉ ବହୁ ପରିମାଣରେ କମିଛି । ଡାକ୍ତରମାନେ କହୁଛନ୍ତି ଯେ, ମାସ୍କ ପିନ୍ଧିବା କେବେ ବନ୍ଦ କରନ୍ତୁ ନାହିଁ ।