ବିଶ୍ୱରେ ୨୮ ଲକ୍ଷ ଟପିଲା କୋଭିଡ ମୃତୁ୍ୟ

ବିଶ୍ୱରେ ୨୮ ଲକ୍ଷ ଟପିଲା କୋଭିଡ ମୃତୁ୍ୟ

ବିଶ୍ୱରେ ୨୮ ଲକ୍ଷ ଟପିଲା କୋଭିଡ ମୃତୁ୍ୟ
ନୂଆଦିଲ୍ଲୀ : ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨୮ ଲକ୍ଷ ୩ ହଜାର ୯୮୮ କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୮୨ ଲକ୍ଷ ୩୦ ହଜାର ୬୨୩କୁ ବୃଦ୍ଧି ପାଇଛି । ସେହିପରି ପୂରା ବିଶ୍ୱରୁ ୧୦ କୋଟି ୩୪ ଲକ୍ଷ ୩୮ ହଜାର ୫୯୩ ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣୀ । ଏବେ ବି ୨ କୋଟି ୧୯ ଲକ୍ଷ ୮୮ ହଜାର ୪୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୪ ହଜାର ୬୬୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବତି ୨୨୧ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ କୋଭିଡରେ ମୃତୁ୍ୟବରଣ କରିଛନ୍ତି । ଆମେରିକାରେ କରୋନା ମୃତୁ୍ୟ ସଂଖ୍ୟା ୫ ଲକ୍ଷ ୬୩ ହଜାର ୨୦୬ ଜଣ ବୃଦ୍ଧି ପାଇଛି ।