ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ
ଏକ ଆକଳନ ଅନୁଯାୟୀ ସମ୍ପ୍ରତି ବିଶ୍ୱରେ ପ୍ରତିବର୍ଷ ପ୍ରାୟ ପନ୍ଦର ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ମଣିଷର ଜୀବନ ମୂଲ୍ୟବାନ । ଆତ୍ମହତ୍ୟା ରୋକିବା ଉଦେ୍ଧଶ୍ୟରେ ସଚେତନତା ସୃଷ୍ଟି ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁକୁଲ୍ୟରେ ୨୦୦୩ ରୁ ପ୍ରତି ବର୍ଷ ସେପ୍ଟେମ୍ବର ୧୦ ରେ ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ’ । ଉଲ୍ଲେଖଯୋଗ୍ୟ ଯେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି । ତେବେ, ମହିଳା ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ହତ୍ୟାକାଣ୍ଡ ଓ ଯୁଦ୍ଧ ତୁଳନାରେ ଅଧିକ ସଂଖ୍ୟକ ମଣିଷଙ୍କ ପ୍ରାଣ ଆତ୍ମହତ୍ୟା ଯୋଗୁଁ ଯାଉଛି । ସାରା ବିଶ୍ୱରେ ମୃତୁ୍ୟର କାରଣ ତାଲିକାରେ ଆତ୍ମହତ୍ୟାର ସ୍ଥାନ ତ୍ରୟୋଦଶ । ପନ୍ଦରରୁ ଅଣତିରିଶ ବର୍ଷ ମଧ୍ୟରେ ଆତ୍ମହତ୍ୟା ହାର ସର୍ବାଧିକ । ଆତ୍ମହତ୍ୟାରେ ଶ୍ରୀଲଙ୍କା ବିଶ୍ୱରେ ପ୍ରଥମ । ଉଲ୍ଲେଖଯୋଗ୍ୟ ଯେ, ଅଧିକ ଆୟ କରୁଥିବା ବର୍ଗର ଲୋକ ହିଁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି ।