ବ୍ୟବସାୟୀଙ୍କ ଠାରୁ ୧୫ ଲକ୍ଷ ଲୁଟ

ବ୍ୟବସାୟୀଙ୍କ ଠାରୁ ୧୫ ଲକ୍ଷ ଲୁଟ

ବ୍ୟବସାୟୀଙ୍କ ଠାରୁ ୧୫ ଲକ୍ଷ ଲୁଟ
ବାଣପୁର: କିଛି ଦିନର ନିରବତା ପରେ ପୁନର୍ବାର ସକି୍ରୟ ହୋଇଛନ୍ତି ରାଜପଥ ଲୁଟିଆ । ୧୬ ନମ୍ବର ଜାତୀୟରାଜପଥରୁ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କା । ଖବର ପାଇ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଲୁଟିଆ କିମ୍ବା ଲୁଟ ଟଙ୍କା ସମ୍ପର୍କରେ ପତ୍ତା ପାଇ ପାରିନାହିଁ । ସୂଚନା ମୁତାବକ ଏସ ରେଡ୍ଡି ନାମକ ବ୍ୟବସାୟୀ ବୁଧବାର ସନ୍ଧ୍ୟାରେ ଏକ କାର ଯୋଗେ ପୁରୀରୁ ଛତ୍ରପୁର ଯାଉଥିଲେ । ସନ୍ଧ୍ୟା ପ୍ରାୟ ସାଢେ଼ ୫ଟାରେ ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥର ଓଭରବି୍ରଜ ନିକଟରେ କିଛି ଦୁର୍ବୃତ୍ତ ଏକ କାରରେ ଆସି ରେଡ୍ଡିଙ୍କ ଗାଡିକୁ ଓରଟେକ କରି ଅଟକାଇବା ସହ ବନ୍ଧୁକ ଦେଖାଇ କାରରେ ଥିବା ଟଙ୍କା ବ୍ୟାଗଟିକୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ବ୍ୟାଗରେ ପ୍ରାୟ ୧୫ ଲକ୍ଷ ଔଙ୍କା ଥିଲା । ଘର ତିଆରି ପାଇଁ ଏହି ଟଙ୍କା ତାଙ୍କ ବନ୍ଧୁଙ୍କ ଠାରୁ ଶ୍ରୀ ରେଡ୍ଡି ସଂଗ୍ରହ କରିଥିବା ପ୍ରକାଶ କରିଛନ୍ତି । ଶ୍ରୀ ରେଡ୍ଡି ଏ ନେଇ ପୁଲିସରେ ଅଭିଯୋଗ କରିବାରେ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ବାଣପୁର ଓ ବାଲୁଗାଁ ପୁଲିସ ସମେତ ନାଚୁଣୀ ଓ ନାଭାଲ ଫାଣ୍ଡି ପୁଲିସ ଚାରିଟି ଦଳ ଗଠନ କରି ତଦନ୍ତ ଚଳାଇଛନ୍ତି ।