ବ୍ୟାଟିଂ, ବୋଲିଂ ସବୁଥିରେ ଆମେ ବିଫଳ ହେଲୁ: ବିରାଟ କୋହଲି

ବ୍ୟାଟିଂ, ବୋଲିଂ ସବୁଥିରେ ଆମେ ବିଫଳ ହେଲୁ: ବିରାଟ କୋହଲି

ବ୍ୟାଟିଂ, ବୋଲିଂ ସବୁଥିରେ ଆମେ ବିଫଳ ହେଲୁ: ବିରାଟ କୋହଲି

ଦୁବାଇ: ନ୍ୟୁଜିଲାଣ୍ଡ୍‌ ବିରୋଧରେ ଆମେ ସବୁ ବିଭାଗରେ ବିଫଳ ହେଲୁ। ବ୍ୟାଟିଂରେ ଆମେ ଆମର କ୍ଷମତା ଦେଖାଇ ପାରିଲୁ ନାହିଁ। ବୋଲିଂରେ ମଧ୍ୟ ବିଫଳ ହେଲୁ। ରବିବାର ଟି-୨୦ ୱାର୍ଲଡ କପ୍‌ର ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ପରାସ୍ତ ହେବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି। 

ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।  ଓପନିଂ ପାଇଁ ଓହ୍ଲାଇଥିଲେ କେଏଲ ରାହୁଲ ଓ ଈଶାନ କିଷାନ। ତେବେ ଈଶାନ ମାତ୍ର ୪ ରନ କରି ଆଉଟ୍ ହେବା ପରେ ରାହୁଲ ମାତ୍ର ୧୬ ରନ୍ କରିବାକୁ ସମର୍ଥ ହୋଇଥିଲେ। ସେହିଭଳି ରୋହିତ ଶର୍ମାଙ୍କ ଇଂନିସ  ୧୪ ରନ୍ରେ ଶେଷ ହୋଇଥିଲା ବେଳେ କ୍ୟାପଟେନ୍ କୋହଲି ମାତ୍ର ୯ ରନରେ ପାଭଲିୟନ ଫେରି ଦର୍ଶକଙ୍କୁ ନିରାଶ କରିଛନ୍ତି।

ନ୍ୟୁଜିଲାଣ୍ଡର ସାଉଦି, ବୋଲ୍ଟ ଓ ସୋଧିଙ୍କ ମାପଚୁପ ବୋଲିଂ ଆଗରେ ହାର ମାନିଥିଲେ  ଭାରତୀୟ ଟପ୍ ଓ ମିଡିଲ ଅର୍ଡର। ଦଳ ପକ୍ଷରୁ କୌଣସି ଜଣେ ହେଲେ ବ୍ୟାଟମ୍ୟାନ୍ ଅର୍ଦ୍ଧଶତକ କରିବାକୁ ମଧ୍ୟ ସମର୍ଥ ହୋଇ ନାହାନ୍ତି। ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି। ଭାରତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୧୦ ରନ୍ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ଏହାକୁ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ଟି ୱିକେଟ ହରାଇ ହାସଲ କରିଛି। ନ୍ୟୁଜିଲାଣ୍ଡ ପାଇଁ ମାର୍ଟିନ ଗୁପଟିଲ ଓ ଡାରିଏଲ ମିଚେଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଭଲ ଖେଳିଥିଲେ। ନ୍ୟୁଜିଲାଣ୍ଡ ୨୪ ରନ୍ରେ ଗୁପଟିଲ (୨୦ ରନ୍)ଙ୍କୁ ହରାଇଥିଲା। ଯସପ୍ରୀତ ବୁମରାଙ୍କ ବଲ୍ରେ ଶାର୍ଦ୍ଦୁଲ ଠାକୁରଙ୍କ ଦ୍ୱାରା  କ୍ୟାଚ ଆଉଟ୍ ହେବା ପୂର୍ବରୁ ଗୁପଟିଲ ୧୭ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ଏହି ରନ୍ କରିଥିଲେ। ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ଦ୍ୱିତୀୟ ଉଇକେଟ୍ ହରାଇଥିଲା।