ଭକ୍ତମାନଙ୍କ ଦାନ ଅର୍ଥେ ମିଳିଥିବା ପ୍ରାୟ ୩୦୦ କେଜିରୁ ଉର୍ଦ୍ଧ ରୁପା ବ୍ୟବହାର ହେବ
ଖୁବଶୀଘ୍ର ରୂପା ଛାଉଣୀ କରାଯିବ ଶ୍ରୀମନ୍ଦିର । ଭକ୍ତମାନଙ୍କର ଦାନ ଅର୍ଥେ ମିଳିଥିବା ପ୍ରାୟ ୩୦୦ କେଜିରୁ ଉର୍ଦ୍ଧ ରୁପା ବ୍ୟବହାର କରାଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ଵାର ଗୁମୁଟ ଦ୍ୱାର ବନ୍ଧକୁ ରୂପା ଛାଉଣୀ କରାଯିବ। ଏନେଇ ଏକ ସ୍ୱତ୍ରନ୍ତ ବୈଠକରେ ଆଲୋଚନା କରାଯାଇଥିବା ବେଳେ ସେବାୟତମାନଙ୍କୁ ମଧ୍ୟ ଡିଜାଇନ୍ ଦେଖାଯାଇଛି। ତେବେ ପୂର୍ବ ପରିଚାଳନା କମିଟିରେ ରୁପା ଛାଉଣୀ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ପ୍ରାଥମିକ ଭାବେ ଆଗାମୀ ଡିସେମ୍ବର ୨୫ ସୁଦ୍ଧା ପତିତପାବନ ମନ୍ଦିର ଓ ଏହାର ଗୁମୁଟ ବନ୍ଧକୁ ରୁପା ଛାଉଣୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି l ସେହିପରି ରତ୍ନ ପଲଙ୍କ ଓ ପ୍ରଭା ଆଦିକୁ ମଧ୍ୟ ଆଗାମୀ ବର୍ଷ ମାର୍ଚ୍ଚ ମଧ୍ୟରେ ରୁପା ଛାଉଣୀ କରିବା ନେଇ ଆଲୋଚନା କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ୱାର ଗୁଡିକରେ ରୁପା ଛାଉଣୀ କରାଯାଇଥିଲା। ଖୁବଶୀଘ୍ର ରୁପା ଛାଉଣୀ କାର୍ଯ୍ୟକୁ କାର୍ଯ୍ୟକାରୀ କରାଯିବା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୂର୍ବତନ ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି l