ଭାରତ ଆସିବେ ପୁଟିନ୍
ଭାରତ ଆସିବେ ପୁଟିନ୍
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ୬ରେ ଭାରତ ଗସ୍ତରେ ଆସୁଛନ୍ତି । ୨୧ତମ ଭାରତ ରୁଷ ବାର୍ଷିକ ସମ୍ମିଳନୀରେ ପୁଟିନ ଯୋଗ ଦେବେ । ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏହା ଘୋଷଣା କରିଛନ୍ତି । ରୁଷ ରାଷ୍ଟ୍ରପତିଙ୍କ ବାଦ ବିଦେଶ ମନ୍ତ୍ରୀ ସର୍ଜି ଲାଭରବ, ପ୍ରତିରକ୍ଷା ମନ୍ତ୍ରୀ ସର୍ଜି ଶୋଇଗୁ ମଧ୍ୟ ଉକ୍ତ ୨+୨ ମନ୍ତ୍ରୀସ୍ତର କଥାବାର୍ତ୍ତା ପାଇଁ ଭାରତ ଆସିବେ । ରୁଷ ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରୀ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିବେ । କରୋନା ମହାମାରୀ ମଧ୍ୟରେ ପୁଟିନଙ୍କର ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ଗସ୍ତ । ଶେଷଥର ପାଇଁ ସେ ଜେନେଭା ଗସ୍ତ କରିଥିଲେ । ୨୦୨୦ରେ ଭାରତ ରୁଷ ବାର୍ଷିକ ସମ୍ମଳିନୀ ମହାମାରୀ ପାଇଁ ସ୍ଥଗିତ ରହିଥିଲା ।




admin 