ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସୁବର୍ଣ୍ଣପୁର କୁକିଆ ଗାଁରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଝିଅକୁ ନିର୍ଯ୍ୟାତନା ଦେଇ ମାରି ଦେଇଥିବା ମୃତ ମହିଳାଙ୍କ ବାପାଘର ଲୋକେ ଅଭିଯୋଗ ଆଣିଛନ୍ତି । ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କୁକିଆ ଗାଁରେ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପାଇଖାନାରୁ ଉଦ୍ଧାର କରାଯାଇଛି । ମୃତକ ହେଲେ ପ୍ରିୟବତୀ ମହାଲିଙ୍ଗ । ବୟସ ୨୨ । ପ୍ରିୟବତୀ ୪ବର୍ଷ ତଳେ ସେହି ଗାଁର ବାବୁଲି ତରିଆଙ୍କୁ ବିବାହ କରିଥିଲେ । । ଆଜି ତାଙ୍କ ମୃତଦେହ ଉଦ୍ଧାର ପରେ ପାଇଖାନାରେ ଶାଢୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି । କିନ୍ତୁ ତେବେ ତାଙ୍କ ବିବାହ ପରଠାରୁ ଶାଶୁଘର ଲୋକେ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଝିଅକୁ ନିର୍ଯ୍ୟାତନା ଦେଇ ଯୋଜନାବଦ୍ଧଭାବେ ମାରି ଦେଇଥିବା ମୃତ ପ୍ରୟବତୀଙ୍କ ବାପାଘର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବୀରମହାରାଜପୁର ଏସଡିପିଓ, ଉଲୁଣ୍ଡା ଆଇଆଇସି ଓ ମାଜିଷ୍ଟ୍ରେଟ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।