ମହେଶ୍ୱତାଙ୍କ ମ୍ୟୁଜିକ ଭିଡିଓରେ ଅଛନ୍ତି ହେମାମାଳିନୀ

ମହେଶ୍ୱତାଙ୍କ ମ୍ୟୁଜିକ ଭିଡିଓରେ ଅଛନ୍ତି ହେମାମାଳିନୀ

ମହେଶ୍ୱତାଙ୍କ ମ୍ୟୁଜିକ ଭିଡିଓରେ ଅଛନ୍ତି ହେମାମାଳିନୀ
ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ଅଭିନେତ୍ରୀ ମହେଶ୍ୱତା ପ୍ରସ୍ତୁତ କରିଛନ୍ତି ମ୍ୟୁଜିକ ଭିଡିଓ । ଯେଉଁଥିରେ ବଲିଉଡ ଅଭିନେତ୍ରୀ ପଦ୍ମଶ୍ରୀ ହେମା ମାଳିନୀ ଅଭିନୟ କରିଛନ୍ତି । କରୋନା ମହାମାରୀକୁ ନେଇ ପ୍ରସ୍ତୁତ ହୋଇଛି ମ୍ୟୁଜିକ ଭିଡିଓ । ‘ପୁଣି ହସିବ ଓଡ଼ିଶା’ । ଯାହାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ମହେଶ୍ୱତା ରାୟ । ସବୁଠାରୁ ବଡ଼ କଥା ହେଉଛି ଏଥିରେ ବଲିଉଡ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ହେମାମାଳିନୀ ଆକର୍ଷଣ ସାଜିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ଗୁରୁ ରତିକାନ୍ତ ମହାପାତ୍ର, ସୃଜନ ଟିମ, ମୀରା ଦାସଙ୍କ ସମେତ ଅଭିନେତା ଉତ୍ତମ ମହାନ୍ତି, ମିହିର ଦାସ, ଅପରାଜିତା, ବୁଦ୍ଧାଦିତ୍ୟ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସ୍ୱର ସଂଯୋଜନା ସଙ୍ଗୀତକାର ପ୍ରେମ ଆନନ୍ଦ କରିଥିବା ବେଳେ କଣ୍ଠଦାନ କରିଛନ୍ତି ସବିଶେଷ, ଦୀପ୍ତିରେଖା, ବିଶ୍ୱଜିତ ପ୍ରମୁଖ କଣ୍ଠଶିଳ୍ପୀ । ଗୀତଟି ରଚନା କରିଛନ୍ତି ବସନ୍ତରାଜ ସାମଲ । ସମ୍ପାଦନାରେ ବିଜୟ ଥିବା ବେଳେ ଏହା ଖୁବ ଶୀଘ୍ର ସୋସିଆଲ ମିଡିଆରେ ରିଲିଜ ହେବ । ଏ ନେଇ ମହେଶ୍ୱତା କହିଛନ୍ତି, ଏଥିରେ ହେମା ମାଳିନୀଙ୍କୁ ସାମିଲ କରିବା ଲାଗି ଓଡ଼ିଶା ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୂ ଅନୁରୋଧ କରିଥିଲି । ହେମା ଏହା ଜାଣିବା ପରେ ସହଜରେ ରାଜି ହୋଇଯାଇଥିଲେ । ଫଳରେ ବହୁତ ଖୁସି ଲାଗିଥିଲା । ଏଥିପାଇଁ ହେମାଙ୍କ ସମେତ ପୁରା ଟିମକୁ କୃତଜ୍ଞତା ଅର୍ପଣ କରୁଛି । ସୂଚନା ଯୋଗ୍ୟ, ମହେଶ୍ୱତା ନିଜର ୟୁଟ୍ୟୁବ ଚ୍ୟାନେଲ ‘ମହେଶ୍ୱତା ରାୟ ଅଫିସିଆଲ’ ମାଧ୍ୟମରେ ଏହାର ପ୍ରସାର ଜାରି କରି ରଖିବା ସହ କରୋନା ମୁକାବିଲା ନିମନ୍ତେ ସନ୍ଦେହ ଦେଇଛନ୍ତି । ମ୍ୟୁଜିକ ଭିଡିଓଟି ଖୁବଶୀଘ୍ର ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି ।