ନବ ନିଯୁକ୍ତ ଡାକ୍ତରଙ୍କ ପାଇଁ ଶେଷ ସୁଯୋଗ

ନବ ନିଯୁକ୍ତ ଡାକ୍ତରଙ୍କ ପାଇଁ ଶେଷ ସୁଯୋଗ

ନବ ନିଯୁକ୍ତ ଡାକ୍ତରଙ୍କ ପାଇଁ ଶେଷ ସୁଯୋଗ
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚୟନ ହୋଇ ନିଯୁକ୍ତ ପାଇଥିବା ମେଡିକାଲ ଅଫିସରଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରାଜ୍ୟ ସରକାର ଶେଷ ସୁଯୋଗ ଦେଇଛନ୍ତି । କୋଭିଡ-୧୯ ତାଲାବନ୍ଦକୁ ଦୃଷ୍ଟିରେ ରଖି କାର୍ଯ୍ୟରେ ଯୋଗ ଦେଇନଥିବା ଡାକ୍ତରମାନଙ୍କୁ ଚଳିତ ମାସ ୨୦ ତାରିଖ ସୁଦ୍ଧା ଚାକିରିରେ ଯୋଗ ଦେବାକୁ ସମୟ ଦେଇଛନ୍ତି । ଏ ନେଇ ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶ ଥାଉକି, ନବନିଯୁକ୍ତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ମାର୍ଚ୍ଚ ମାସ ୪ ଓ ୨୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ବିଜ୍ଞପନ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ସେମାନେ ଗତ ମାସ ୨ ତାରିଖ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା ସେମାନଙ୍କ ଭିତରୁ କେତେ ଚଣ ଚାକିରିରେ ଯୋଗ ଦେଇଥିବା ବେଳେ ଆଉ କେତେକ ଯୋଗ ଦେଇପାରିନଥିଲେ । ପରେ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେତେ ଜଣ ଡାକ୍ତରଙ୍କୁ ଚିଠି କରାଯାଇଥିଲା । ଏବେ ସାନି ବିଜ୍ଞପ୍ତି ଅନୁଯାୟୀ, ବାକିଥିବା ଡାକ୍ତରମାନେ ତୁରନ୍ତ ସେମାନଙ୍କୁ ନିଯୁକ୍ତି ମିଳିଥିବା ଜିଲ୍ଲାର ସିଡିଏମ ଓ ପିଏଚଓଙ୍କ ପାଖରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧି ଭିତରେ କାର୍ଯ୍ୟରେ ଯୋଗ ନ ଦେଲେ ଆଉ କୌଣସି ସମ୍ପ୍ରସାରିତ ସମୟ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଦେଇଛି ।