ମିଠା ମଣ୍ଡା ପିଠା ପ୍ରସ୍ତୁତି ପ୍ରଣାଳୀ
ମିଠା ମଣ୍ଡା ପିଠା ପ୍ରସ୍ତୁତି ପ୍ରଣାଳୀ
admin
Jan 8, 2020 - 08:38
Updated: Jan 8, 2020 - 08:38
ଆବଶ୍ୟକୀୟ ସାମଗ୍ରୀ : ଅରୁଆ ଚାଉଳ ଚୂନା ୨ କପ୍, ନଡ଼ିଆ ୧ଟା, ଗୁଜୁରାତି ୪ଟା, ଚିନି ଅଧ କପ, ପାଣି ୪ କପ, ଆବଶ୍ୟକ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ : ନଡ଼ିଆକୁ କୋରି ସେଥିରେ ଚିନି, ଗୁଜୁରାତି ଗୁଣ୍ଡ ଦେଇ ଭାଜନ୍ତୁ । ଅରୁଆ ଚାଉଳ ଚୂନାରେ ପାଣି ଓ ଲୁଣ ଦେଇ ଜନ୍ତନ୍ତୁ । ଜନ୍ତାରେ ନଡ଼ିଆ ପୁର ଦେଇ ଗୋଳାଇ ଦିଅନ୍ତୁ । ସେଥିରେ ଗୋଲ ଗୋଲ କିମ୍ବା ଲମ୍ବା ଲମ୍ବା ମଣ୍ଡା ଗଢ଼ି ଡେକଚିରେ କନା ବାନ୍ଧି ପିଠାଗୁଡ଼ିକୁ ସିଝାନ୍ତୁ । ନଡ଼ିଆ ପୁରରେ ଛେନା, ଚଣା ଡାଲି ମିଶାଇ ପୁର ପ୍ରସ୍ତୁତ କରିପାରିବେ । ଚଣା ଡାଲିକୁ ଟାଣ ସିଝାଇ ଅଧା ବାଟି ନଡ଼ିଆ ପୁରରେ ଦେଇପାରିବେ । ସେଥିରେ ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ ପକାଇପାରିବେ ।