ମୁମ୍ବାଇ,ପୁନେ, ନାଗପୁରରେ ଲକ୍ ଡାଉନ୍ ।

ମୁମ୍ବାଇ,ପୁନେ, ନାଗପୁରରେ ଲକ୍ ଡାଉନ୍ ।

ମୁମ୍ବାଇ,ପୁନେ, ନାଗପୁରରେ ଲକ୍ ଡାଉନ୍ ।
ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଏହାରି ଭିତରେ କରୋନା ପାଇଁ ମହାରାଷ୍ଟ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁମ୍ବାଇ, ପୁନେ ଓ ନାଗପୁର ମହାନଗରକୁ ଲକ ଡାଉନ ଘୋଷଣା କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଏହି ଲକ ଡାଉନ ଘୋଷଣା କରିଛନ୍ତି । କେବଳ ଜରୁରୀ ସେବା ବ୍ୟତୀତ ସମସ୍ତ ପ୍ରତିଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ତେବେ ବ୍ୟାଙ୍କ ଖୋଲା ରହିବ ବୋଲି ଉଦ୍ଧବ ଥାକରେ ଘୋଷଣା କରିଛନ୍ତି । କେବଳ ଆବଶ୍ୟକୀୟ ସେବା ( ବ୍ୟାଙ୍କ, ପରିବା, ଔଷଧ ଦୋକାନ) ଖୋଲା ରହିବ । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ଯେ ମହାରାଷ୍ଟ୍ରରେ ଅନ୍ୟ ତିନୋଟି ମାମଲା ପଜିଟିଭି ଆସିଛି । ଏହାସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟଆ ୫୨ରେ ପହଞ୍ଚିଛି । ଟୋପେ ସୂଚନା ଦେଇଛନ୍ତି ଯେ ଏହି ତିନୋଟି ମାମଲା ମୁମ୍ୱାଇ, ପୁଣେ ଏବଂ ଚିନ୍ତୱାଡ-ପିମ୍ପରୀରୁ ସାମ୍ନାକୁ ଆସିଛି ।