ମୋରାଟୋରିୟମ ଉପରେ ସୁଧ ଛାଡ ପ୍ରସଙ୍ଗ : ସରକାରଙ୍କ ଉପରେ ଦାୟିତ୍ୱ ଲଦିଲେ ସର୍ବୋଚ୍ଚ କୋର୍ଟ
ମୋରାଟୋରିୟମ ଉପରେ ସୁଧ ଛାଡ ପ୍ରସଙ୍ଗ : ସରକାରଙ୍କ ଉପରେ ଦାୟିତ୍ୱ ଲଦିଲେ ସର୍ବୋଚ୍ଚ କୋର୍ଟ
admin
Aug 26, 2020 - 10:47
Updated: Aug 26, 2020 - 10:47
ନୂଆଦିଲ୍ଲୀ : ମୋରାଟୋରିୟମ୍ ଉପରେ ସୁଧ ଛାଡ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୋରାଟୋରିୟମର ସୁଧଛାଡ ପାଇଁ ସରକାର ଆରବିଆଇ ପଛରେ ଲୁଚି ପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି । ଲକଡାଉନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିଲା ତେଣୁ ଏହାର ଦାୟିତ୍ୱ ମଧ୍ୟ ସରକାର ନିଜ ଉପରକୁ ନେବା ଉଚିତ ବୋଲି କହିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଦାୟିତ୍ୱ ଲଦିଛନ୍ତି ସର୍ବୋଚ୍ଚ କୋର୍ଟ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ପରିସରରେ ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ନେଇ କୌଣସି ଘୋଷଣା କରିନାହାନ୍ତି । ଋଣ ଉପରେ ସୁଧ ଛାଡ କରିବା ନିଷ୍ପତ୍ତି ସରକାରଙ୍କର ତେଣୁ ସରକାର ସମସ୍ତ ଦାୟିତ୍ୱ ଆରବିଆଇକୁ ଦେଇ ଖସି ଯାଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ସରକାର ନିଜର ପକ୍ଷ ସ୍ପଷ୍ଟ କରିବା ଉଚିତ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।