ରାଜ୍ୟରେ ପିଲାଙ୍କୁ ବହି ମିଳିବା ନେଇ ବଡ ଖବର, ଜାଣନ୍ତୁ କ’ଣ

ରାଜ୍ୟରେ ପିଲାଙ୍କୁ ବହି ମିଳିବା ନେଇ ବଡ ଖବର, ଜାଣନ୍ତୁ କ’ଣ

ରାଜ୍ୟରେ ପିଲାଙ୍କୁ ବହି ମିଳିବା ନେଇ ବଡ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଜିଲ୍ଲା ସମେତ ଅନ୍ୟ୧୫ଟି ବ୍ଲକକୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ୩୧୪ ବ୍ଲକର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

 
ଏହି ସମୟ ମଧ୍ୟରେ ୨,୫କୋଟି ପାଠ୍ୟପୁସ୍ତକ  ଓ ୧.୫କୋଟି ଅନ୍ୟାନ୍ୟ ପାଠ୍ୟପୁସ୍ତକ ବିତରଣ କରିବାକୁ ନିଷ୍ପତ୍ତି ହୋଇଛି । ଧାର୍ଯ୍ୟ ସମୟ ସୁଦ୍ଧା ସମସ୍ତ ପିଲା ଯେପରି ବହି ପାଇବେ, ସେ ଦିଗରେ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ପଦକ୍ଷେପ ନେଊଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି । ଉଦଘାଟନୀ ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍‌, ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ରଘୁରାମ ଆୟାର୍‌  ପ୍ରମୁଖ ଉପସ୍ଥିତ ଥିଲେ ।