ରାଜ୍ କଚୁଡି ପ୍ରସ୍ତୁତିର ସରଳ ଉପାୟ

ରାଜ୍ କଚୁଡି ପ୍ରସ୍ତୁତିର ସରଳ ଉପାୟ

ରାଜ୍ କଚୁଡି ପ୍ରସ୍ତୁତିର ସରଳ ଉପାୟ
ଚଟପଟା ଖାଦ୍ୟ ଖାଇବାକୁ ସମସ୍ତେ ଭଲପାଆନ୍ତି। ସେଥିପାଇଁ ଲୋକେ ବଜାରକୁ ଯାଇ ଚଟପଟା ସ୍ୱାଦର ମଜା ନିଅନ୍ତି। କିନ୍ତୁ ଘରେ ବି ଆପଣ ଏମିତି ଚଟପଟା ଖାଦ୍ୟ ବନାଇ ପାରିବେ, ଯାହାର ସ୍ୱାଦ ଏକଦମ୍‌ ବଜାର ଭଳି। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ବଜାର ସ୍ୱାଦର ରାଜ କଚୁଡି। କଚୁଡି ବନାଇବା ପାଇଁ ସାମଗ୍ରୀ ସୁଜି – ୧/୪ କପ୍‌ ମଇଦା – ଏକ କପ୍‌ ବେକିଙ୍ଗ୍‌ ସୋଡା – ୨ ଚିମୁଟା ପାଣି – ସ୍ୱାଦାନୁସାରେ ତେଲ – ଛାଣିବା ପାଇଁ ଆବଶ୍ୟକ ସାମଗ୍ରୀ ବିରି ଡାଲି (ପାଣିରେ ଭିଜା ଯାଇଥିବା) – ୧ ଗିନା ସିଝା ଆଳୁ – ୧ ଗିନା (କଟା ହୋଇଥିବା) ମୁଗ କିମ୍ବା ଚଣା – ୧ ଗିନା (ସିଝା ହୋଇଥିବା) କଳା ଲୁଣ – ସ୍ୱାଦାନୁସାରେ ଲାଳ ଲଙ୍କା ପାଉଡର – ସ୍ୱାଦାନୁସାରେ ଧନିଆ ଚଟଣୀ – ସ୍ୱାଦାନୁସାରେ ସେଉ ଭୁଜିଆ – ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପ୍ରଣାଳୀ ଏକ ପାତ୍ରରେ ସୁଜି, ମଇଦା, ବେକିଂ ସୋଡା ଏବଂ ପାଣି ପକାଇ ମିଶାନ୍ତୁ। ଏଥିରେ ଏକ ଛୋଟ ଚାମଚ ତେଲ ପକାଇ ନରମ ହେବା ପର୍ଯ୍ୟନ୍ତ ଚକଟନ୍ତୁ। ଅଟାର ଛୋଟ ଛୋଟ ଗୋଲା ବନାଇ ବେଲି ଦିଅନ୍ତୁ। ପ୍ୟାନରେ ତେଲ ଗରମ କରି ସେଥିରେ କଚୁଡି ଫୁଲିବା ପର୍ଯ୍ୟନ୍ତ ଛାଣନ୍ତୁ। ଏହାପରେ କଚୁଡି ଥଣ୍ଡା ହେବା ପରେ ତାହାକୁ ମଝିରୁ ଭାଙ୍ଗି ଦିଅନ୍ତୁ। ଏବେ ଏଥିରେ ଡାଲି ପକୋଡି ପକାନ୍ତୁ। ଏହାପରେ ଆଳୁ, ଚଣା, ଜିରା, ଲୁଣ, ଲାଲ ଲଙ୍କା, ଗୋଲମରୀଚ, ଧନିଆ ଚଟଣୀ, ମିଠା ଚଟଣୀରେ କଚୁଡିକୁ ଭରିଦିଅନ୍ତୁ। ଏହାଉପରେ ଫେଣ୍ଟି ରଖିଥିବା ଦହି ଏବଂ ସେଉ ଭୁଜିଆରେ ଗାର୍ନିସ୍‌ କରି ସଭ କରନ୍ତୁ। ନିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଜ କଚୁଡି।