ରାହୁଲଙ୍କୁ ଧମକାଇଲେ ମାୟାବତୀ

ରାହୁଲଙ୍କୁ ଧମକାଇଲେ ମାୟାବତୀ

ରାହୁଲଙ୍କୁ ଧମକାଇଲେ ମାୟାବତୀ
ଭୋପାଳ : ମଧ୍ୟପ୍ରଦେଶରେ ବହୁଜନ ସମାଜବାଦ ପାର୍ଟିର ଜଣେ ନେତା କଂଗ୍ରେସରେ ଯୋଗଦେବାରୁ ଫିଡ଼ିକି ଯାଇଛନ୍ତି ମାୟାବତୀ । ଏମିତିକି ସେ ରାହୁଲ ଓ କଂଗ୍ରେସକୁ ଚରମ ଚେତାବନୀ ମଧ୍ୟ ଦେଇଛନ୍ତି । ମଧ୍ୟପ୍ରଦେଶରେ ସମର୍ଥନ ପ୍ରତ୍ୟାହାର କରିନେବୁ ବୋଲି ମାୟାବତୀ କହିଛନ୍ତି । ଯଦି ମାୟାବତୀ ସମର୍ଥନ ପ୍ରତ୍ୟାହାର କରନ୍ତି ତେବେ ମଧ୍ୟପ୍ରଦେଶରେ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି । ସୂଚନାଯୋଗ୍ୟଯେ, ମଧ୍ୟପ୍ରଦେଶର ଗୁନା ଆସନରେ ସପା-ବସପା ମେଂଟ ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂହ ରାଜପୁତ ଗତକାଲି ବିଏସପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ସେ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ତେବେ ମାୟାବତୀ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସେ କହିଛନ୍ତିଯେ, ବିଜେପି ଭଳି କଂଗ୍ରେସ କ୍ଷମତାର ଅପବ୍ୟବହାର କରୁଛି । ତେବେ ଗୁନାରେ ବସପା ପ୍ରାର୍ଥୀ ଦେବବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସର ୧୧୪ ସଭ୍ୟ ଥିବାବେଳେ ବିଜେପିର ୧୦୯ ଜଣ ସଭ୍ୟ ଅଛନ୍ତି । କଂଗ୍ରେସକୁ ସରକାର ଗଢ଼ିବା ପାଇଁ ୨ ଜଣଙ୍କର ସମର୍ଥନ ଦରକାର ଥିଲା । ଫଳରେ ବିଏସପିର ୨ ବିଧାୟକ କଂଗ୍ରେସକୁ ସମର୍ଥନ କରିଥିଲେ ।