ରିଅଲିଟି ସୋ’ରେ ପିଲାଦିନ କଥା ମନେ ପକାଇ କାନ୍ଦିଲେ ଧର୍ମେନ୍ଦ୍ର

ରିଅଲିଟି ସୋ’ରେ ପିଲାଦିନ କଥା ମନେ ପକାଇ କାନ୍ଦିଲେ ଧର୍ମେନ୍ଦ୍ର

ରିଅଲିଟି ସୋ’ରେ ପିଲାଦିନ କଥା ମନେ ପକାଇ କାନ୍ଦିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ବଲିଉଡ଼ର ପ୍ରଖ୍ୟାତ ଅଭିନେତା ଧର୍ମେନ୍ଦ୍ରଙ୍କୁ ରିଅଲିଟି ସୋ’ ସୁପରଷ୍ଟାର ସିଙ୍ଗର’ ର ଆଗାମୀ ଏପିସୋଡ଼ରେ ତାଙ୍କ ବଡ଼ ପୁଅ ସନ୍ନି ଏବଂ ନାତି କରନଙ୍କ ସହ ଦେଖିବାକୁ ମିଳିବ । ତେବେ ନିକଟରେ ଏହି ଅଧ୍ୟାୟର ଏକ ପ୍ରମୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଧର୍ମେନ୍ଦ୍ର ତାଙ୍କ ପିଲାଦିନର ସ୍ମୃତି ସଂକ୍ରାନ୍ତ ଭିଡିଓ ଦେଖି କାନ୍ଦି ପକାଉଛନ୍ତି । ‘ସୁପରଷ୍ଟାର ସିଙ୍ଗର’ ଧର୍ମେନ୍ଦ୍ରଙ୍କୁ ତାଙ୍କ ପିଲାଦିନର ସ୍ମୃତି ସମ୍ବଳିତ ଏକ ଭିଡିଓ ପ୍ରସ୍ତୁତ କରି ଦେଖାଇଥିଲେ । ଏହି ଭିଡିଓଟିରେ ଧର୍ମେନ୍ଦ୍ରଙ୍କ ଗ୍ରାମ ସାହେନୱାଲ ଦେଖିବାକୁ ମିଳିଥିଲା । ଏହା ଲିଧିଆନାଠାରୁ ୧୦ କି.ମି ଦୂର । ଧର୍ମେନ୍ଦ୍ର ଏଠାରେ ତାଙ୍କ ପିଲାଦିନ ବିତାଇଥିଲେ । ଧର୍ମେନ୍ଦ୍ର ସ୍କୁଲ ପୋଷାକ ପିନ୍ଧିଥିବା ଏକ ଫଟୋ ସହ ସାହେନୱାଲ ରେଳ ଷ୍ଟେସନ ମଧ୍ୟ ଏହି ଭିଡିଓରେ ଦେଖା ଯାଇଥିଲା । ଧର୍ମେନ୍ଦ୍ର ଏହି ଭିଡିଓ ଦେଖି ନିଜର କୋହ ସମ୍ଭାଳି ନପାରି କାନ୍ଦି ପକାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।