ଲୋୟର ପିଏମଜିରେ ବସିଲା ମାଣ

ଲୋୟର ପିଏମଜିରେ ବସିଲା ମାଣ

ଭୁବନେଶ୍ୱର:: ରାଜଧାନୀର ଲୋୟର ପିଏମଜିରେ ବସିଲା ମାଣ । ନିଯୁକ୍ତି ଦାବି ନେଇ ଲୋୟର ପିଏମଜିରେ ଧାରଣରତ ନିଖିଳ ଓଡିଶା ମହିଳା ସ୍ୱାସ୍ଥ୍ୟକର୍ମୀମାନେ ରାସ୍ତା ମଝିରେ ମାଣବସାଇ ପ୍ରତିବାଦ ଜଣାଇଛନ୍ତି । ଲୋୟର ପିଏମଜିଠାରେ ଶହ ଶହ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀ ବସି ରହି ସରକାର ବିରୋଧୀ ନାରାବାଜି କରୁଛନ୍ତି। ଡିସେମ୍ବର ୧ ସୁଦ୍ଧା ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନ ନେଲେ, ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ କର୍ମୀମାନେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ସଂଘର ଦାବି ରହିଛି କି , ୧୩ ବର୍ଷ ହେବ ୧୭ହଜାରରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ୍ ପାଇ ବେକାର ହୋଇ ବସିଛନ୍ତି। ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଚିନ୍ତା କରୁନାହାନ୍ତି। ଏଣେ ତାଲିମ୍ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନକୁ ସ୍ବୀକୃତି ଦେଉଛନ୍ତି। ମୋ’ ସରକାର ଅଧୀନରେ ସରକାର ଯେଉଁ ‘୫-ଟି’ କଥା କହୁଛନ୍ତି, ତାହା ସମ୍ପୂର୍ଣ୍ଣ ପ୍ରହସନ। ମହିଳାମାନେ ଯେଉଁଠି ସ୍ବାବଲମ୍ବୀ ନୁହନ୍ତି, ସେଠାରେ ଏହି ‘୫-ଟି’ର କୌଣସି ମୂଲ୍ୟ ନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।