ଶିମିଳିପାଳରେ ମାଈ ହାତୀର ମୃତ୍ୟୁ

ଶିମିଳିପାଳରେ ମାଈ ହାତୀର ମୃତ୍ୟୁ

ଶିମିଳିପାଳରେ ମାଈ ହାତୀର ମୃତ୍ୟୁ

ବାରିପଦା: ଥମୁନି ହାତୀ ମୃତ୍ୟୁ। ଦିନକ ତଳେ ସମ୍ବଲପୁର ଜିଲ୍ଲାରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବେଳେ ଶିମିଳିପାଳରେ ପୁଣି ହାତୀ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ତେବେ ଗୁରୁତ୍ଵପୂର୍ଣ୍ଣ ହେଉଛି କି ହାତୀଟି ଆନ୍ଥ୍ରାକ୍ସ ମୃତ୍ୟୁର ଶିକାର ହୋଇଥିବାର ଅନୁମାନ କରିଛି ଶିମିଳିପାଳ କର୍ତ୍ତୃପକ୍ଷ।

ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜ ନର୍ଥ ଡିଭିଜନର ଚମ୍ପାଗଡ଼ ଜଙ୍ଗଲରେ ହାତୀ ମରିଥିବାର ଖବର ପାଇ ବନ କର୍ମଚାରୀ ମାନେ ରେଞ୍ଜ କାର୍ୟ୍ୟାଳୟକୁ ଜଣାଇଥିଲେ। ତେବେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ଏମ. ଯୋଗୋଜୟାନନ୍ଦ, ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା, ପିଠାବଟା ରେଞ୍ଜ ଅଧିକାରୀ ଓ ଶିମିଳିପାଳର ୱାଇଲ୍ଡ ଲାଇଫ୍ ଡାକ୍ତର ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମୃତ ହାତୀଟି ମାଈ ହାତୀ ହୋଇଥିବା ବେଳେ ତା’ର ଆନୁମାନିକ ବୟସ ୧୫ରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ତେବେ ଶିମିଳିପାଳ କର୍ତ୍ତୃପକ୍ଷ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରିଛି ଯେ ହାତୀଟିର ଆନ୍ତ୍ରାକ୍ସ ଜନିତ ମୃତ୍ୟୁ ହୋଇଛି।

ହାତୀ  ମୃତ୍ୟର କାରଣ ପାଇଁ ତା’ର ରକ୍ତ ନମୁନା ଡେରାଡୁନକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଯାଇଛି। ଏହାର ରିପୋର୍ଟ ଆସିଲେ ହାତୀ ମୃତ୍ୟ ସ୍ପଷ୍ଟ କାରଣ ଜଣାପଡିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍ ଯୋଗେଜୟାନନ୍ଦ କହିଛନ୍ତି।