ଶୀତଦିନିଆ ମେକଅପ୍

ଶୀତଦିନିଆ ମେକଅପ୍

ଶୀତଦିନିଆ ମେକଅପ୍
ଶୀତ ଋତୁରେ ତ୍ୱଚା ଶୁଷ୍କ ହେବାର ଅଭିଯୋଗ ଅଧିକାଂଶ କରନ୍ତି । ଯୁବତୀ ଓ ମହିଳାମାନେ ମେକଅପ କରିବା ପୂର୍ବରୁ ନିଜ ତ୍ୱଚା ଚର୍ଚ୍ଚା ଭଲ ଭାବେ କରିନେବା ଉଚିତ । ପ୍ରଥମ ପର୍ଯ୍ୟାୟରେ ନିଜ ତ୍ୱଚାକୁ ଏକ ଭଲ କମ୍ପାନୀର ମଏଶ୍ଚରାଇଜରରେ ମାଲିସ କରନ୍ତୁ । ଏହା ପରେ ମେକଅପ ପ୍ରୟୋଗ କରିବା ଉଚିତ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ । କମ୍ପାକ୍ଟ ପାଉଡରର ପ୍ରୟୋଗ ନ କରିବା ଉଚିତ । ଏହା କାରଣରୁ ତ୍ୱଚା ଶୁଷ୍କ ହୋଇ ଭାଙ୍ଗ ପଡ଼ିଥାଏ । ବଜାରରୁ କିମ୍ବା ଅନଲାଇନରେ ଭଲ କମ୍ପାନୀର ପ୍ରାଇମର ଲଗାଇପାରନ୍ତି । ଏହା ତ୍ୱଚାକୁ ଅଧିକ ଆକର୍ଷଣୀୟ କରେ । ଲିକ୍ୱିଡ ଓ କି୍ରମ ଫାଉଣ୍ଡେସନ ଶୀତ ଋତୁରେ ଲଗାଇବା ଉଚିତ । ଘରକୁ ଫେରିବା ପରେ ନଡ଼ିଆ ତେଲ କିମ୍ବା ଭଲ କମ୍ପାନୀର ମେକଅପ ରିମୁଭରରେ ମେକଅପ ଛଡ଼ାଇ ନେବେ । ସମୟ ଥିଲେ ଅଲିଭ ତେଲ ଓ ବେସନର ପ୍ୟାକ ଲଗାଇଲେ ତାହା ତ୍ୱଚାକୁ କୋମଳ ରଖିଥାଏ । ଓଠର ଯତ୍ନ ନେବା ମଧ୍ୟ ଅନ୍ୟତମ ଆବଶ୍ୟକତା । ଲିପ୍ ବାମ୍ ଲଗାଇବା ପରେ ଲିକ୍ୱିଡ ଲିପଷ୍ଟିକ ଲଗାନ୍ତୁ । ମ୍ୟାଟ୍ ଲିପଷ୍ଟିକ ଏଇଦିନେ ନ ଲଗାଇବା ଉଚିତ ।