ମୁକେଶ ଅମ୍ବାନୀ ବିଶ୍ୱର ଦ୍ୱାଦଶ ଧନୀ ବ୍ୟକ୍ତି

ମୁକେଶ ଅମ୍ବାନୀ ବିଶ୍ୱର ଦ୍ୱାଦଶ ଧନୀ ବ୍ୟକ୍ତି

ମୁକେଶ ଅମ୍ବାନୀ ବିଶ୍ୱର ଦ୍ୱାଦଶ ଧନୀ ବ୍ୟକ୍ତି
ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ଲିମିଟେଡ (ଆରଆଇଏଲ) ହୋଇଛି ବିଶ୍ୱର ଷଷ୍ଠ ସର୍ବବୃହତ ତୈଳ କମ୍ପାନୀ । ଏ କ୍ଷେତ୍ରରେ କମ୍ପାନୀ ବି୍ରଟିଶ ପେଟ୍ରୋଲିୟମ (ବିପି)କୁ ପଛରେ ପକାଇ ଦେଇଛି । ମଙ୍ଗଳବାର କାରବାର ଶେଷ ବେଳକୁ ରିଲାଏନ୍ସ ଇଣ୍ଡଷ୍ଟି୍ରର ବଜାର ପୁଞ୍ଜି ୧୩୩ ବିଲିୟନ ଡଲାର ପାଖାପାଖି ୧୦ ଲକ୍ଷ କୋଟି) ଛୁଇଁଛି । ସୂଚନା ଯୋଗ୍ୟ, ବି୍ରଟିଶ ପେଟ୍ରୋଲିୟମର ବଜାର ପୁଞ୍ଜି ୧୩୨ ବିଲିୟନ ଡଲାର ରହିଥିଲା । ଏହା ଫଳରେ ମୁକେଶ ଅମ୍ବାନୀ ବିଶ୍ୱର ଦ୍ୱାଦଶ ଧନୀ ବ୍ୟକ୍ତିର ମାନ୍ୟତା ଲାଭ କରିଛନ୍ତି । ମୁକେଶଙ୍କ ମୋଟ ସମ୍ପର୍ତ୍ତି ୫୬ ବିଲିୟନ ଡଲାର ରେ ପହଞ୍ଚିଛି । ଏଥିଯୋଗୁଁ ମୁକେଶ ହୋଇଛନ୍ତି ଏସିଆର ଶ୍ରେଷ୍ଠ ଧନୀ ବ୍ୟକ୍ତି । ସମ୍ପତ୍ତି କ୍ଷେତ୍ରରେ ମୁକେଶ ଏସିଆର ଶ୍ରେଷ୍ଠ ଧନୀ ଆଲିବାବା ମୁଖ୍ୟ ଜ୍ୟାକ୍ ମା’ଙ୍କୁ ଟପି ଯାଇଛନ୍ତି । ୧୧୦ ବିଲିୟନ ଡଲାର ସମ୍ପତ୍ତି ସହ ବିଲ ଗେଟସ ବିଶ୍ୱ ଧନୀ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଯଥାକ୍ରମେ କେଫ ବେଜସ (୧୦୯ ବିଲିୟନ ଡଲାର) ବର୍ନାଡ ଆର୍ଣ୍ଣଲ୍ଟ (୧୦୧ ବିଲିୟନ ଡଲାର) ୱାରେନ ବଫେ (୮୬.୪୦ ବିଲିୟନ ଡଲାର) ଏବଂ ମାର୍କ ଜୁକରବର୍ଗ (୭୪.୧୦ ବିଲିୟନ ଡଲାର) ରହିଛନ୍ତି । ବ୍ଲୁମ ବର୍ଗର ସୂଚନା ଅନୁଯାୟୀ ଭାରତର ହାରାହାରି ବ୍ୟବସାୟ ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ରିଲାଏନ୍ସର ବ୍ୟବସାୟ ୩ଗୁଣା ହୋଇଛି । ଆଗାମୀ ୧୮ ମାସରେ ରିଲାଏନ୍ସର ନଗଦ ଋଣ ଶୂନକୁ ଆସିଯିବ ବୋଲି ମୁକେଶଙ୍କ ଘୋଷଣା ପରେ କମ୍ପାନୀର ବଜାର ପୁଞ୍ଜିରେ ଏଭଳି ଅଭିବୃଦ୍ଧି ଘଟିଛି ।