ଶ୍ରୀନଗରରେ ଆଜିଠୁ ଚାଲୁ ହେଲା ଟେଲିଫୋନ୍ ସେବା
ଶ୍ରୀନଗରରେ ଆଜିଠୁ ଚାଲୁ ହେଲା ଟେଲିଫୋନ୍ ସେବା
admin
Aug 17, 2019 - 09:41
Updated: Aug 17, 2019 - 09:41
ନଗରରେ ଆଜିଠୁ ଟେଲିଫୋନ୍ ସେବା ଚାଲୁ କରିଦିଆଯାଇଛି । ଜାମ୍ମୁରେ ଇଣ୍ଟରନେଟ୍ ସେବା ସ୍ବାଭାବିକ କରିଦିଆଯାଇଛି । ଏବେ ଟୁ-ଜି ସ୍ପିଡ୍ର ଇଣ୍ଟରନେଟ୍ ଚାଲୁ କରାଯାଇଛି । ତେବେ ଶ୍ରୀନଗରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଧାରା ୩୭୦ ହଟିବା ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଗତ ୫ତାରିଖରୁ ଜାମ୍ମୁକାଶ୍ମୀରରେ ଟେଲିଫୋନ ଏବଂ ଇଣ୍ଟରନେଟ୍ ସେବା ଉପରେ କଟକଣା ଲାଗିଥିଲା । ଗତକାଲି ଜାମ୍ମୁକାଶ୍ମୀର ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ଶାସନ ସଚିବ । ଘାଟିରେ ସ୍ଥିତି ଧିରେ ଧିରେ ସୁଧୁରୁଥିବା ମୁଖ୍ୟ ଶାସନ ସଚିବ କରିଛନ୍ତି । ସ୍ଥିତି ଧୀରେ ଧୀରେ ସୁଧୁରିବା ସହ କଟକଣା ମଧ୍ୟ ଧୀରେ ଧୀରେ କୋହଳ ହେଉଛି । ଆସନ୍ତା ସୋମବାରରୁ ଶ୍ରୀନଗରରେ ସରକାରୀ ଅଫିସ ଖୋଲିବ ।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜମ୍ମୁ, ରେଆସି, ସାମ୍ବା, କାଠୁଆ ଓ ଉଦ୍ଦାମପୁରରେ ୨-ଜି ମୋବାଇଲ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି ।
ରାଜ୍ୟ ପ୍ରଶାସନ ଘୋଷଣା କରିଛି ଯେ, ବାକି ୧୦ଟି ଜିଲ୍ଲାର ଅବସ୍ଥା ଧୀରେ ଧୀରେ ସ୍ୱଭାବିକ ହେଉଛି ଏବଂ ଖୁବ ଶୀଘ୍ର କଟକଣା ଉଚ୍ଛେଦ କରାଯିବ । ପାକିସ୍ତାନ ଏବେ ବି ଗୁଜବ ପ୍ରଚାର କରୁଛି ଏବଂ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି । ଏଥି ପାଇଁ ମୋବାଇଲ ଇଣ୍ଟରନେଟ ଉପରେ କଟକଣା ଜାରି ରହିଛି । ରାଜ୍ୟର ସରକାରୀ କାର୍ଯ୍ୟାଳୟରେ କାମ ଆରମ୍ଭ ହୋଇଯାଇଛି । ଜମ୍ମୁର ୫ ଜିଲ୍ଲାରେ ୫ ଦିନ ପୂର୍ବରୁ ସ୍କୁଲଗୁଡ଼ିକ ଖୋଲି ଦିଆଯାଇଛି । କଶ୍ମୀର ଘାଟୀର ବିଭିନ୍ନ ଅଂଚଳରେ ଆଗାମୀ ସପ୍ତାହରେ ସ୍କୁଲଗୁଡ଼ିକ ଖୋଲି ଦିଆଯିବ ।