ସମ୍ବିଧାନ ଆମ ପାଇଁ ପବିତ୍ରତମ: ମୋଦି

ସମ୍ବିଧାନ ଆମ ପାଇଁ ପବିତ୍ରତମ: ମୋଦି

ସମ୍ବିଧାନ ଆମ ପାଇଁ ପବିତ୍ରତମ: ମୋଦି
ନୂଆଦିଲ୍ଲୀ: ଆମ ସମ୍ବିଧାନ ଆମ ପାଇଁ ସବୁଠାରୁ ପବିତ୍ରତମ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବିଧାନ ଦିବସରେ ଉଦବୋଧନ ଦେଇ ମୋଦି ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଦେଶର ୧୩୦କୋଟି ଲୋକଙ୍କୁ ସମ୍ବିଧାନ ବାନ୍ଧି ରଖିଛି । ଆମ ସମ୍ବିଧାନ ଆମ ଏକଥା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିଛି । ଆମ ସମ୍ବିଧାନ ଦୁନିଆର ସର୍ବାଧିକ ନିରପେକ୍ଷ । ଅଧିକାର ସୁରକ୍ଷିତ ରଖିବାକୁ ହେଲେ କର୍ତ୍ତବ୍ୟ ସମ୍ପାଦକ ଜରୁରୀ । କର୍ତ୍ତବ୍ୟ ଠିକଭାବେ ନକଲେ ଅଧିକାର ପାଇବା ସହଜ ନୁହେଁ । କର୍ତ୍ତ୍ୟବ, ଦାୟିତ୍ୱରେ ହିଁ ଅଧିକାରକୁ ସୁରକ୍ଷା ଦିଆଯାଇପାରିବ ବୋଲି ମୋଦି କହିଛନ୍ତି ।