ସହିଦ ହୋଇଗଲେ ଦୁଇ ଓଡିଆ ଯବାନ ।
ସହିଦ ହୋଇଗଲେ ଦୁଇ ଓଡିଆ ଯବାନ ।
admin
Jun 17, 2020 - 06:21
Updated: Jun 17, 2020 - 06:21
ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍ୱାନ୍ ଉପତ୍ୟକା ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଯୋଗୁଁ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ପୁଅ ଥିବାର ଜଣାପଡିଛି । ୨୦ ସହିଦ ଯବାନଙ୍କ ମଧ୍ୟରୁ ୨ ଓଡିଆ ଯବାନ ଥିବା ସୂଚନା ମିଳିଛି । ୨୮ ବର୍ଷୀୟ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ, ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା । ୬ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇଥିଲେ ଚନ୍ଦ୍ରକାନ୍ତ । ବିହାର ୧୬-ରେଜିମେଂଟରେ ଯୋଗଦେଇଥିଲେ ଚନ୍ଦ୍ରକାନ୍ତ । ୨ବର୍ଷ ପୂର୍ବେ ଲଦାଖରେ ଡୁ୍ୟଟି କରୁଥିଲେ, ୨ଦିନ ତଳେ ସହିଦ ହୋଇଗଲେ ।
ଅନ୍ୟଜଣେ ସହିଦ ଯବାନ ହେଲେ ନନ୍ଦୁରାମ ସୋରେନ୍ । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଜାତଲା ବ୍ଲକରେ ବୋଲି ଜଣାପଡିଛି । ନନ୍ଦୁରାମ ସୁବେଦାର ଥିବାବେଳେ ତାଙ୍କ ପରିବାର ଓ ଗ୍ରାମବାସୀ ମଧ୍ୟ ଦୁଃଖରେ ଭାଙ୍ଗିପଡିଛନ୍ତି । ବିହାର ୧୬-ରେଜିମେଂଟରେ ଯୋଗଦେଇଥିଲେ ନନ୍ଦୁରାମ ।
ସୂଚନା ମୁତାବକ,ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ । ଭାରତୀୟ ସେନା ଏହାର ପାଲଟା ଜବାବ ମଧ୍ୟ ଦେଇଛନ୍ତି। ଭାରତ ପକ୍ଷରୁ କୁହାଯାଇଛି ଯେ ଚୀନର ୪୩ ଜଣ ସୈନିକ ପ୍ରାଣ ହରାଇଛନ୍ତି।