ସିଗାରେଟ୍ ଟାନିନେଲା ଫ୍ରାନ୍ସରୁ ସ୍ପେନ ।
ସିଗାରେଟ୍ ଟାନିନେଲା ଫ୍ରାନ୍ସରୁ ସ୍ପେନ ।
admin
Apr 9, 2020 - 12:22
Updated: Apr 9, 2020 - 12:22
ନିଶାଦ୍ରବ୍ୟର ମୋହରୁ ମୁକୁଳିବା ଖୁବ କଷ୍ଟକର । ଶରୀର ପାଇଁ ଏହି ନିଶା ସେବନ ହାନିକାରକ ଜାଣିବା ସତ୍ତ୍ୱେ ଲୋକେ ଏସବୁରୁ ସହଜରେ ମୁକୁଳିପାରୁନାହାନ୍ତି । ନିକଟରେ ଲକଡାଉନ ପରିସ୍ଥିତିରେ ଜଣେ ବ୍ୟକ୍ତି ସିଗାରେଟ କିଣିବା ନିମନ୍ତେ ଫ୍ରାନ୍ସରୁ ସ୍ପେନ ଯାତ୍ରା କରୁଥିଲେ । ପରେ ସ୍ଥାନୀୟ ପୁଲିସ ତାଙ୍କୁ ଧରି ଜରିମାନା କରିବା ସହ ଦଣ୍ଡ ଦେଇଛି । ବ୍ୟକ୍ତିର ନାମ ଗୋପନ ରଖାଯାଇଛି । ଫ୍ରାନ୍ସରେ ନିଶା ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଉଥିବା ବେଳେ ସେଇ ବ୍ୟକ୍ତିଜଣକ ଖବର ପାଇଲେ ଯେ ସ୍ପେନରେ ଏକ ପ୍ରାନ୍ତରେ ଚୋରାରେ ସିଗାରେଟ ମିଳୁଛି । ତୁରନ୍ତ ସେ ସ୍ପେନ ଯିବା ପାଇଁ ବାହାରିଲେ । ପ୍ରଥମେ ଚେକ ପଏଣ୍ଟରେ ତାଙ୍କ କାରରକୁ ସୁରକ୍ଷାକର୍ମୀ ଅଟକାଇ ଆଗକୁ ଯାଇପାରିବେ ନାହିଁ ବୋଲି କହିଲେ । ବ୍ୟକ୍ତିଜଣକ ସେଠାରୁ ଓହ୍ଲାଇ କିନ୍ତୁ ଆଗକୁ ବଢ଼ିବାର ଯୋଜନା କଲେ । ପାହାଡ଼ିଆ ରାସ୍ତା ଦେଇ ସେ ଆଗକୁ ବଢ଼ିଲେ । ଏକ ଝରଣା ପାଖରେ ସେ ସଂଜ୍ଞାହୀନ ହୋଇଗଲେ । ସୀମା ପାଖରେ ହେଲିକେପ୍ଟର ସବୁ ସମୟରେ ଯାଞ୍ଚ କରୁଥିବା ବେଳେ ଏହି ବ୍ୟକ୍ତି ଜଣକୁ ଚିହ୍ନଟ କରିଥିଲା । ପୁଲିସ ନିକଟରେ ସେ ସ୍ୱୀକାର କଲେ ଯେ ସେ ଫ୍ରାନ୍ସ ସୀମା ଅତିକ୍ରମ କରି ସିଗାରେଟ ଆଣିବାକୁ ସ୍ପେନ ଯାଇଥିଲେ । ତାଙ୍କର ଏଭଳି ମତ ଶୁଣି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା । ତାଙ୍କର ଏହି ଭୁଲ ପଦକ୍ଷେପ ପାଇଁ ୧୧ ହଜାର ଟଙ୍କା ଜରିମାନା ସହ ଘରେ ରହିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି ।