ହସ୍ପିଟାଲରୁ ଛୁଟି ପାଇଲେ ଟ୍ରମ୍ପ୍

ହସ୍ପିଟାଲରୁ ଛୁଟି ପାଇଲେ ଟ୍ରମ୍ପ୍

ହସ୍ପିଟାଲରୁ ଛୁଟି ପାଇଲେ ଟ୍ରମ୍ପ୍
‌ ଆମେରିକା : କରୋନାରେ ସଂକ୍ରମିତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ତାଙ୍କୁ ହ୍ବାଇଟ୍‌ ହାଉସ୍‌କୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ଦିନ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତେଣୁ ତାଙ୍କୁ ବେଥେସଡ଼ାସ୍ଥିତ ଓ୍ବାଲଟର ରିଡ୍‌ ନ୍ୟାଶନାଲ୍‌ ମିଲିଟାରୀ ମେଡ଼ିକାଲ ସେଣ୍ଟରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଟ୍ରମ୍ପ୍‌ଙ୍କ ଅକ୍ସିଜେନ୍‌ସ୍ତର କମ୍‌ ଥିବାରୁ ତାଙ୍କୁ ୨ ଥର ଅକ୍ସିଜେନ୍‌ ଦିଆଯାଇଥିବା ମେଡ଼ିକାଲ କଲେଜର ଡାକ୍ତର କୋନେଲ କହିଛନ୍ତି। ହସ୍ପିଟାଲରୁ ଫେରିଥିବା ନେଇ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ନିର୍ବାଚନ ପ୍ରଚାର ଶୀଘ୍ର ଆରମ୍ଭ କରିବେ ବୋଲି କହିଛନ୍ତି। ଟ୍ରମ୍ପ୍‌ ହସ୍ପିଟାଲରୁ ବାହାରି ହ୍ବାଇଟ୍‌ରେ ପ୍ରବେଶ କରୁଥିବାର ୨ମିନିଟ୍‌ ୩୪ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚି ମୁହଁରୁ ମାକ୍ସ୍‌ ଖୋଲି ପକେଟରେ ରଖି ଲୋକଙ୍କୁ ହାତ ହଲାଇ ସ୍ବାଗତ କରୁଥିବାର ଭଡ଼ିଓରେ ଦେଖିବାକୁ ମିଳିଥିଲା । ତେବେ ଏ ପର୍ୟ୍ୟନ୍ତ ଟ୍ରମ୍ପ୍‌ କରୋନାରୁ ସମ୍ପୂର୍ଣ୍ଣ ବାହାରି ନାହାନ୍ତି । କିନ୍ତୁ ସେ ଏବେ ଘରେ ରହିପାରିବେ । ତାଙ୍କର ଅକ୍ସିଜେନ୍‌ ଲେବଲ୍‌ ଏବେ ସାମାନ୍ୟ ରହିଛି । ତାଙ୍କୁ ହ୍ବାଇଟ୍‌ ହାଉସ୍‌ରେ ରେମଡେସିଭରର ପାଞ୍ଚତମ ଡୋଜ୍‌ ଦିଆଯିବ ବୋଲି ସୂଚନା ରହିଛି । ତେବେ ହସ୍ପିଟାଲରୁ ଆସିବା ପରେ ଟ୍ରମ୍ପ୍‌ କହିଛନ୍ତି ଯେ, ସେ ବହୁତ ଭଲ ଅନୁଭବ କରୁଛନ୍ତି । କୋଭିଡ୍‌ -୧୯କୁ ଡରନ୍ତୁ ନାହିଁ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ସେହିପରି ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ଜୋ ବିଡେନ୍‌ଙ୍କ ସହ ପରବର୍ତ୍ତୀ ଡିବେଟ୍‌ ଅକ୍ଟୋବର ୧୩ ତାରିଖରେ ହେବାକୁ ରହିଛି ।