ହ୍ୱାଇଟ ବ୍ରେଡ ଖାଉଥିଲେ ସାବଧାନ !

ହ୍ୱାଇଟ ବ୍ରେଡ ଖାଉଥିଲେ ସାବଧାନ !

ହ୍ୱାଇଟ ବ୍ରେଡ ଖାଉଥିଲେ ସାବଧାନ !

ଅଧିକାଂଶ ଲୋକ ବ୍ରେକଫାଷ୍ଟ କିମ୍ବା ସନ୍ଧ୍ୟାବେଳ ଜଳଖିଆରେ ବ୍ରେଡ ଖାଇବାକୁ ପସନ୍ଦ କରିଥାନ୍ତି । ଯଦିଓ ଏହା ଏକ ହାଲକା ଖାଦ୍ୟ ତଥାପି ଏହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । ବ୍ରେଡରେ ଥିବା ପୋଟାସିୟମ ବ୍ରୋମେଡ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ବିଶେଷ କରି ବ୍ରାଉନ ବ୍ରେଡ ତୁଳନାରେ ହ୍ୱାଇଟ ବ୍ରେଡ ଅଧିକ କ୍ଷତିକାରକ ହୋଇଥାଏ । ହ୍ୱାଇଟ ବ୍ରେଡରେ ପୋଷଣର ମାତ୍ରା ଜମା ନଥାଏ , ଏଥିରେ  ଗ୍ଲାଇକୋସେମିକ ଇଣ୍ଡେକ୍ସ ଉଚ୍ଚମାତ୍ରାରେ ରହିଥାଏ, ଯାହା ରକ୍ତରେ ଶର୍କରା ମାତ୍ରା ବଢାଉ ଥିବାରୁ ମଧୁମେୟ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।ଏହା ବ୍ଲଡ ପ୍ରେସର ରୋଗୀ ମାନଙ୍କ ପାଇଁ ମଧ୍ୟ ସମସ୍ୟା ଆଣିଥାଏ । ମୋଟା ଲୋକ ବ୍ରେଡ ଖାଇବା ଠାରୁ ଯଥେଷ୍ଟ ଦୂରେଇ ରହିବା  ଉଚିତ୍ । କେବଳ ଏହା ଶାରୀରିକ ନୁହେଁ, ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆମେରିକାର “ଜର୍ନାଲ ଅଫ ନୁ୍ୟଟ୍ରିସନ” ଦ୍ୱାରା ପ୍ରକାଶ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ହ୍ୱାଇଟ୍ ବ୍ରେଡ ଖାଇବା ଦ୍ୱରା ଅଧକାଂଶ ମହିଳା ଡିପ୍ରେସନର ଶିକାର ହୁଅନ୍ତି ଓ ଏହା ଖାଇବା ଦ୍ୱାରା ଥକ୍କା ଲାଗିବା ସହ ବାନ୍ତି ଲାଗିଥାଏ ।