୧ କେଜିରୁ ଉଦ୍ଧ୍ୱର୍ ବ୍ରାଉନସୁଗାର ଜବତ

୧ କେଜିରୁ ଉଦ୍ଧ୍ୱର୍ ବ୍ରାଉନସୁଗାର ଜବତ

୧ କେଜିରୁ ଉଦ୍ଧ୍ୱର୍  ବ୍ରାଉନସୁଗାର ଜବତ
ଭୁବନେଶ୍ୱର: ପୁଣି ଧଳାଜହର ଜବତ କରାଯାଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରାଉନସୁଗର ଜବତ କରିଛି । ତେବେ ଏଥର ୧ ଗ୍ରାମ କି ୨ ଗ୍ରାମ ନୁହେଁ । ଏକାବେଳେ ୧ କେଜି ୩୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଖୋର୍ଦ୍ଧା ବାଇପାସ ନିକଟ ଏନଏଚରେ ଚଢଉ କରି କ୍ରାଇମବ୍ରାଞ୍ଚ ଏହି ବ୍ରାଉନସୁଗର ଜବତ କରିଛି । ଏଥିସହ ଏହି ଘଟଣାରେ ଅଭିଯୁକ୍ତ ସେକ ଅନୱାରକୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଆଜି ପୁରୀ ଜିଲା ସିଦ୍ଧ ମହାବୀର ଲେବଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ଟ୍ରେନ ଯୋଗେ ବାଲେଶ୍ୱରରୁ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ୱାରା ଏହା ଜବତ ହୋଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୨ ବ୍ରାଉନସୁଗାର ବେପାରୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ।