୨୦୨୦ର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

୨୦୨୦ର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

୨୦୨୦ର ଶେଷ  ସୂର୍ଯ୍ୟପରାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ବର୍ଷର ଶେଷ ସୂର୍ଯେ୍ୟାପରାଗ ସଂଘଟିତ ହେବ । ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ସମୟରେ ପୂର୍ଣ୍ଣ ପରାଗ କେବଳ ଚିଲ୍ଲି ଓ ଆର୍ଜେଣ୍ଟିନାରେ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଏହି ପରାଗ ଅଧିକାଂଶ ଅଞ୍ଚଳ ସମୁଦ୍ର ମଧ୍ୟ ଦେଇ ଯିବ । ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିଦେ୍ର୍ଧଶକ ଡ.ଶୁଭେନ୍ଦୁ ସୂର୍ଯେ୍ୟାପରାଗ ସନ୍ଧ୍ୟା ୭ ଟା ୩ ମିନିଟରେ ଆରମ୍ଭ ହୋଇ ରାତି ୧୨ଟା ୩୦ ମିନିଟରେ ଶେଷ ହେବ । ରାତି ୯ଟା ୪୩ ମିନିଟରେ ଏହା ସର୍ବାଧିକ ସଂଘଟିତ ହେବ । ତେବେ ଭିନ୍ନ ଭିନ୍ନ ସ୍ଥାନରେ ସୂର୍ଯେ୍ୟାପରାଗ ଆରମ୍ଭ, ଶେଷ ଓ ସର୍ବାଧିକ ସମୟ ଭିନ୍ନ ରହିବ । ପରାଗ ପରିମାଣରେ ବି ଭିନ୍ନତା ଦେଖାଯିବ । ଯେକୌଣସି ସ୍ଥାନରେ ପରାଗର ପରିମାଣ ଓ ସମୟ ଇଣ୍ଟରନେଟ ଓ ବିଭିନ୍ନ ଆପରୁ ସୂଚନା ପାଇହେବ । ୨୦୨୧ରେ ସଂଘଟିତ ହେବାକୁ ଯାଉଥିବା ୨ଟି ସୂର୍ଯେ୍ୟାପରାଗ ଭାରତରେ ଦେଖାଯିବ ନାହିଁ । ୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ପରବର୍ତ୍ତୀ ସୂର୍ଯେ୍ୟାପରାଗ ଆଂଶିକ ଦେଖାଯିବ । ଡ.ପଟ୍ଟନାୟକ କହିଛନ୍ତି ସୂର୍ଯେ୍ୟାପରାଗ ଓ ଚନ୍ଦ୍ରଗ୍ରହଣ ଏକ ସାଧାରଣ ଘଟଣା । ଏହା ଛାଇ ଆଲୁଅର ଏକ ଦୃଶ୍ୟ । ଏହା ପଛରେ ବୈଜ୍ଞାନିକ କାରଣ ରହିଥିବାରୁ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି ।