୨୦୨୧-୨୨ କେନ୍ଦ୍ରୀୟ ବଜେଟ୍ : ଏହି ସବୁ ଜିନିଷ ମହଙ୍ଗା ହେବ
୨୦୨୧-୨୨ କେନ୍ଦ୍ରୀୟ ବଜେଟ୍ : ଏହି ସବୁ ଜିନିଷ ମହଙ୍ଗା ହେବ
admin
Feb 1, 2021 - 09:17
Updated: Feb 1, 2021 - 09:17
ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲାଗିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପେଟ୍ରୋଲ ଲିଟର ପିଛା ଅଢେ଼ଇ ଟଙ୍କା ଓ ଡିଜେଲ ଲିଟର ପିଛା ୪ ଟଙ୍କା କୃଷି ସେସ ଲାଗିବ । ଗୋଟିଏ ପଟେ ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଆଣ୍ଡ ଡେଭଲପମେଂଟ ସେସ ଲାଗିବାର ଥିବାବେଳେ ଅପରପକ୍ଷରେ ବେସିକ ଏକ୍ସାଇଜ ଡୁ୍ୟଟି ଓ ସ୍ପେଶିଆଲ ଅତିରିକ୍ତ ଏକ୍ସାଇଜ ଡୁ୍ୟଟି ହ୍ରାସ କରାଯାଇଛି । ଫଳରେ ସାଧାରଣ ଖାଉଟିଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ନାହିଁ ବୋଲି କୁହାଯାଉଛି ।
ଫଳରେ ଅଣବ୍ରାଣ୍ଡ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡୁ୍ୟଟି ଯଥାକ୍ରମେ ୧ ଟଙ୍କା ୪୦ ପଇସା ଓ ୧ ଟଙ୍କା ୮୦ ପଇସା ଲାଗିବ । ତେବେ ଅଣବ୍ରାଣ୍ଡ ପେଟ୍ରୋଲ ଓ ଡିଜେଲ ଉପରେ ସ୍ପେଶିଆଲ ଆଡ଼ିସନାଲ ଏକ୍ସାଇଜ ଡୁ୍ୟଟି ଯଥାକ୍ରମେ ୧୧ ଟଙ୍କା ଓ ୮ ଟଙ୍କା ଲାଗୁ ହେବ ।
ସୂଚନାଯୋଗ୍ୟଯେ, କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ ସୁନା, ରୂପା ଉପରେ ମଧ୍ୟ ଏଗ୍ରି ଇନଫ୍ରା ସେସ ୨.୫% ବୃଦ୍ଧି ପାଇବ । ଏହାଛଡ଼ା ପାମ ଅଏଲ ଉପରେ ୧୭.୫%, କାବୁଲି ଚଣା ଉପରେ ୩୦%, ମସୁରୀ ଡାଲି ଉପରେ ୨୦% ଓ ତୁଳା ଉପରେ ୫% କୃଷି ସେସ ଲାଗିବ । ୨୦୨୧ ଫେବୃଆରୀ ୨ରୁ ଏହା ଲାଗୁ ହେବବୋଲି ଜାଣିବାକୁ ମିଳିଛି ।