୨୪ ଘଣ୍ଟାରେ ୬୮ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ : ୨୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୬୮ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ : ୨୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୬୮ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ : ୨୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୬୮ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ଅତିକ୍ରମ କରିଛି । ୬୮୮୯୮ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୯୮୩ ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା ୫୪ ହଜାର ଅତିକ୍ରମ କରିଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଲକ୍ଷ ୫୮ ହଜାର ୯୪୬ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬ ଲକ୍ଷ ୯୨ ହଜାର ୨୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତୀ । ସେହିପରି ୨୦ ଅଗଷ୍ଟରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତ ଛୁଇଁଛି । ଏହା ବ୍ୟତୀତ ଦେଶରେ ମୃତ୍ୟୁ ହାର ୧.୮୯ ପ୍ରତିଶତରେ ରହିଛି ଯାହାକି ଅନ୍ୟ ରାଷ୍ଟ୍ର ମାନଙ୍କ ତୁଳନାରେ ସର୍ବନିମ୍ନ ।