୨୪ ଘଣ୍ଟାରେ ୭୬ ହଜାର ଆକ୍ରାନ୍ତ ଚିହ୍ନଟ, ୬୨ ହଜାର ଡେଇଁଲା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ୭୬ ହଜାର ଆକ୍ରାନ୍ତ ଚିହ୍ନଟ, ୬୨ ହଜାର ଡେଇଁଲା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ୭୬ ହଜାର ଆକ୍ରାନ୍ତ ଚିହ୍ନଟ, ୬୨ ହଜାର ଡେଇଁଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ୭୬ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷ ଅତିକ୍ରମ କରିଛି । ୭୬୪୭୨ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୨୧ ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା ୬୨ ହଜାର ଅତିକ୍ରମ କରିଥିଲା । ଏହା ସହିତ ମୃତ୍ୟୁ ସଂଖ୍ୟା ୬୨୫୫୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଲକ୍ଷ ୪୮ ହଜାର ୯୯୮ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୫୨ ହଜାର ୪୨୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦେଶରେ ଆରୋଗ୍ୟ ହାର ୭୭ ପ୍ରତିଶତ ଛୁଇଁଛି ।