୩ଟି ଆସନରେ କଂଗ୍ରେସର ପ୍ରାର୍ଥୀ ପରିବର୍ତନ

୩ଟି ଆସନରେ କଂଗ୍ରେସର ପ୍ରାର୍ଥୀ ପରିବର୍ତନ

୩ଟି ଆସନରେ କଂଗ୍ରେସର ପ୍ରାର୍ଥୀ ପରିବର୍ତନ
ଭୁବନେଶ୍ୱର: ନିର୍ବାଚନ ପାଖେଇ ଅସୁଥିବା ବେଳେ ଶେଷ ମୂହର୍ତରେ କଂଗ୍ରେସ ପ୍ରାର୍ଥୀ ପରିବର୍ତନ କରିଛି । କଂଗ୍ରେସ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। କିନ୍ତୁ ପ୍ରାର୍ଥୀ ଘୋଷଣା ନେଇ କଂଗ୍ରେସ ପଛରେ ପଡିଯାଇଛି। ଅଧିକାଂଶ ଆସନରେ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇପାରି ନାହିଁ। ଅସନ୍ତୋଷ ଏତେ ମାତ୍ରାରେ ବୃଦ୍ଧିପାଉଛି ଯେ, ବହୁ ଆସନରେ ଦଳ ପ୍ରାର୍ଥୀ ବଦଳାଇବା ଆରମ୍ଭ କରିଛି। ୩ଟି ସ୍ଥାନରେ ଗୁରୁବାର ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। କେନ୍ଦୁଝର ଲୋକ ସଭା ସହ ଦୁଇ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି। କେନ୍ଦୁଝର ଲୋକ ସଭା ଆସନରେ ଦଳ ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ତାଙ୍କୁ ବଦଳାଯାଇ ଉକ୍ତ ଆସନରେ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି। ମୋହନ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ସେହି ସ୍ଥାନରେ ଏବେ ପ୍ରଶାନ୍ତ ଦଳେଇଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପାଟଣାରେ ଗୋପେଶ୍ୱର ନାଏକଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ସେଠାରେ ତାଙ୍କୁ ପରିବର୍ତ୍ତନ କରାଯାଇ ବିନୋଦ ନାଏକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ନାମାଙ୍କନ ଦାଖଲର ଶେଷ ଦିନରେ ଏହି ଆସନରେ ଦଳ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ସେ ନେଇ କିଛି ଜଣାପଡିନାହିଁ। ଅନ୍ୟପଟେ ଖୋର୍ଦ୍ଧା ଆସନରୁ ସ୍ବାଗତିକା ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇଛି।