୩ ନୂଆ ରୁଟ୍‌ରେ ମୋ ବସ୍‌ ସେବା

୩ ନୂଆ ରୁଟ୍‌ରେ ମୋ ବସ୍‌ ସେବା

୩ ନୂଆ ରୁଟ୍‌ରେ ମୋ ବସ୍‌ ସେବା

ଭୁବନେଶ୍ୱର: ଭୁବନେଶ୍ୱରର ‘ମୋ ବସ’ ବେଶ ସଫଳତା ପାଇବା ପରେ ତିନୋଟି ନୂଆ ରୁଟରେ ଏହି ବସ ସେବା ଆରମ୍ଭ ହୋଇଛି । ଏହି ନୂଆ ସେବାରେ ଜୟଦେବ ପୀଠ ଯୋଡ଼ି ହୋଇଛି । ୭୧ ନମ୍ବର ରୁଟରେ ଚାଲିଥିବା ମୋ ବସ ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ୟ୍ୟନ୍ତ ଯାଉଛି । ୩୫ ନମ୍ବର ରୁଟର ମୋ ବସ ମାଷ୍ଟର କ୍ୟାଣ୍ଟିନରୁ ଜୟଦେବ ପୀଠ ଯାଏ ଯାଉଛି । ପ୍ରଥମ ଥର ପାଇଁ ଜୟଦେବ ପୀଠକୁ ମୋ ବସ ଗଡ଼ିଛି । ରୁଟ ନମ୍ବର ୯ରେ ଆଚାର୍ୟ୍ୟ ବିହାରରୁ ନୀଳାଦି୍ର ବିହାର ରୋଡ ଦେଇ ପଟିଆ ପର୍ୟ୍ୟନ୍ତ ଯିବ । ଏହି ରୁଟରେ ଅନେକ ଗୁଡ଼ିଏ ଡାକ୍ତରଖାନା ରହିଥିବାରୁ ଏହା ଯୋଗୀ ଓ ରୋଗୀଙ୍କ ସମ୍ପର୍କୀଙ୍କ ପାଇଁ ସୁବିଧା ହେବ । ପ୍ରତି ୩୦ ମିନିଟ ବ୍ୟବଧାନରେ ଏହି ନୂଆ ରୁଟରେ ମୋ ବସ ଉପଲବ୍ଧ ହେଉଛି ।