୫ଟି ସଚିବଙ୍କ ଅଚାନକ କୋଣାର୍କ ଗସ୍ତ

୫ଟି ସଚିବଙ୍କ ଅଚାନକ କୋଣାର୍କ ଗସ୍ତ

୫ଟି ସଚିବଙ୍କ ଅଚାନକ କୋଣାର୍କ ଗସ୍ତ
କୋଣାର୍କ - ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ ଗୁରୁବାର ସକାଳୁ ଅଚାନକ କୋଣାର୍କ ଗସ୍ତରେ ଯାଇଛନ୍ତି । ଆଜି ଭୋର ପ୍ରାୟ ୫ଟା ବେଳେ କାର୍ତିକେୟନ ପାଣ୍ଡିଆନ ସୂର୍ୟ୍ୟ ମନ୍ଦିରରେ ପହଞ୍ଚି ମନ୍ଦିର ବୁଲିବା ସହ ବାହାର ବେଢ଼ା ପରିଦର୍ଶନ କରିଥିଲେ। ଏଥିସହ ଆଓସିଏଲର ବାଖ୍ୟାନ କେନ୍ଦ୍ର, ହସ୍ତଶିଳ୍ପ ବଜାର ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟକୁ ମଧ୍ୟ ଦେଖିଛନ୍ତି। ୫ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରେ ଚନ୍ଦ୍ରାଭାଗା ବେଳାଭୂମି ପରିଦର୍ଶନ କରି ପୁରୀ ଯାଇଥିବା ଜଣାପଡ଼ିଛି। ତେବେ ୫ଟି ସଚିବଙ୍କ ଏହି ଗସ୍ତ ପରେ କୋଣାର୍କରେ ଖୁବଶୀଘ୍ର ସୌନ୍ଦର୍ୟ୍ୟକରଣ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।