୯୩ ତମ ଫିକିରେ କୃଷକଙ୍କ ପାଇଁ ବାର୍ତ୍ତା ଦେଲେ ମୋଦି

୯୩ ତମ ଫିକିରେ କୃଷକଙ୍କ ପାଇଁ ବାର୍ତ୍ତା ଦେଲେ ମୋଦି

୯୩ ତମ ଫିକିରେ କୃଷକଙ୍କ ପାଇଁ ବାର୍ତ୍ତା ଦେଲେ ମୋଦି
ନୂଆଦିଲ୍ଲୀ :ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବୃହତ୍ତମ ଶିଳ୍ପ ଏବଂ ବାଣିଜ୍ୟିକ ସଂଗଠନ ଫିକିର ୯୩ ତମ ବାର୍ଷିକ ବୈଠକ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କରୋନା ମହାମାରୀ ପରେ ଅବସ୍ଥା ଯେଉଁଭଳି ଗତି କରୁଥିଲା ବର୍ତ୍ତମାନ ସେହିପରି ଦୃତ ଗତିରେ ଅବସ୍ଥା ସୁଧୁରୁଛି। ପରୋକ୍ଷରେ କୃଷକ ଆନ୍ଦୋଳନକୁ ସୂଚାଇ ସେ କହିଛନ୍ତି ଯେ ଭାରତର କୃଷକମାନେ ମଧ୍ୟ ସେମାନଙ୍କ ଫସଲ ମଣ୍ଡି ବାହାରେ ବିକ୍ରି କରିବାର ବିକଳ୍ପ ରହିଛି। ଏହାଦ୍ବାରା କୃଷକମାନେ ଉପକୃତ ହେବେ । ଦେଶର ହଜାର ହଜାର କୃଷକ, ବିଶେଷକରି ପଞ୍ଜାବ ଏବଂ ହରିୟାଣାର ଲୋକମାନେ ଗତ କିଛି ସପ୍ତାହ ଧରି ସେପ୍ଟେମ୍ବରରେ ପାସ ହୋଇଥିବା କେନ୍ଦ୍ର ସରକାରଙ୍କ ୩ଟି କୃଷି ନିୟମକୁ ବିରୋଧ କରି ବହୁ ରାଜନୈତିକ ଦଳର ସମର୍ଥନ ପାଇଥିଲେ । କେନ୍ଦ୍ର ସରକାରଙ୍କ ସହ ଏକାଧିକ ଆଲୋଚନା ସମ୍ପୂର୍ଣ ବିଫଳ ହୋଇଛି । କୃଷକମାନେ ଏହି ୩ଟି ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କୃଷି କ୍ଷେତ୍ରରେ ମଜବୁତି ଆଣିବା ପାଇଁ ବିଗତ କିଛି ବର୍ଷ ଧରି କାର୍ୟ୍ୟକୁ ଦ୍ରୁତଗତିରେ ତ୍ବରାନିତ କରାଯାଇଛି। ଏହା ଭାରତର କୃଷି କ୍ଷେତ୍ରକୁ ପୂର୍ବ ଅପେକ୍ଷା ଅଧିକ ସୁଦୃଢ କରିପାରିଛି। ଭାରତର କୃଷକମାନେ ଫସଲ ମଣ୍ଡିକୁ ବାହାରେ ବିକ୍ରି କରିବାର ସୁବିଧା ପାଇବା ସହ ଫସଲ କିଣା ଓ ବିକା ପାଇଁ କୃଷକମାନଙ୍କୁ ମଧ୍ୟ ଡିଜିଟାଲ ପ୍ଲାଟଫର୍ମର ବିକଳ୍ପ ଦିଆଯାଇଛି। କୃଷକଙ୍କ ଆୟ ବୃଦ୍ଧି ଓ ଦେଶକୁ ସମୃଦ୍ଧ କରିବା ପାଇଁ ଏହାର ଲକ୍ଷ୍ୟ ରହିଛି । ଯେତେବେଳେ ଦେଶର କୃଷକ ସମୃଦ୍ଧ ହେବେ, ସେତେବେଳେ ଦେଶ ମଧ୍ୟ ସମୃଦ୍ଧ ହେବ।