“ତେଜସ୍ୱୀଙ୍କୁ ମାଡ଼ ଦରକାର”

“ତେଜସ୍ୱୀଙ୍କୁ ମାଡ଼ ଦରକାର”

“ତେଜସ୍ୱୀଙ୍କୁ ମାଡ଼ ଦରକାର”
ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଭାଜନ ଆଡକୁ ମୁହାଁଉଛି । ଶୁକ୍ରବାର ଦଳର ୨୬ତମ ବାର୍ଷିକୀ ପାଳନ ଉତ୍ସବରେ ଲାଲୁଙ୍କ ଉତ୍ତରାଧିକାରୀ କୁହାଯାଉଥିବା ସାନ ପୁଅ ତେଜସ୍ୱୀ ଯାଦବ ଅନୁପସ୍ଥିତ ରହିବା ଅନେକଙ୍କୁ ବିସ୍ମିତ କରିଛି । ଏତଦବ୍ୟତୀତ ମାସାଧିକ କାଳ ଧରି ସାଧାରଣରେ ଦେଖା ନଥିବା କାରଣରୁ ତେଜସ୍ୱୀଙ୍କ ପ୍ରତି ଦଳୀୟ ସମର୍ଥକମାନେ କ୍ରୋଧ ବ୍ୟକ୍ତ କରିଛନ୍ତି । ଦଳର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ସମର୍ଥକଙ୍କ ସହ ତାଳ ମିଳାଇ କହିଛନ୍ତି ଯେ “ତେଜସ୍ୱୀଙ୍କୁ ମାଡ଼ ଦିଆଯିବା ଦରକାର । ପୁଲିସ ଲାଠିରେ ପାହାର ଦେଇ ତାଙ୍କୁ ଜେଲ ପଠାଇବା ଦରକାର । ଲାଲୁଜୀ ଏବେ କିଭଳି ଚିନ୍ତାରେ ଥିବେ ତାହା ଭାବିବା ଆବଶ୍ୟକ । ଲାଲୁଙ୍କ ପୁସ୍ତକରୁ ପୃଷ୍ଠାଟିଏ ପଢି ସେ ଲୋକଙ୍କ ସମ୍ମୁଖରେ ଆସିବା ଉଚିତ । ସିଂହ ଛୁଆ ହୋଇ ଗୁମ୍ଫାରେ ରହିବା ତେଜସ୍ୱୀଙ୍କ ପକ୍ଷେ ଶୋଭାପାଉ ନାହିଁ । ଶିବାନନ୍ଦଙ୍କ ଏଭଳି ମନ୍ତବ୍ୟକୁ ସମର୍ଥକମାନେ ବେଶ ଉପଭୋଗ କରିଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ତେଜସ୍ୱୀ ଓ ଭାଇ ତେଜପ୍ରତାପଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ । ତେଜପ୍ରତାପ ବିଭିନ୍ନ ସଂଗଠନ କରି ଜନମତକୁ ବିଭ୍ରାନ୍ତ କରୁଛନ୍ତି । ତାଙ୍କୁ ଦଳରୁ ବହିଷ୍କାର କରାଗଲା ପରେ ସେ ଅଜ୍ଞାତବାସରୁ ଫେରିବେ ବୋଲି ସର୍ତ୍ତ ରଖିଛନ୍ତି । ଅପରପକ୍ଷରେ ମୁଜାଫରପୁର ଅଞ୍ଚଳରେ ତେଜସ୍ୱୀଙ୍କୁ ନିଖୋଜ ଦର୍ଶାଯାଇ ପୋଷ୍ଟର ଲଗାଯାଇଛି । ତାଙ୍କୁ ଠାବ କଲେ ୫୧୦୦ ଟଙ୍କା ପୁରସ୍କାର ମିଳିବ ବୋଲି ଏଥିରେ ଉଲ୍ଲେଖ ରହିଛି ।